କରୋନା ଟିକା ନେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର ,(ଏସ୍‌ଏନ୍ୟୁଜ): ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କରୋନା ଟିକା ନେଇଛନ୍ତି । କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କରୋନା ଭାଇରସ୍ କବଳରୁ ସୁରକ୍ଷିତ ରହିବାକୁ କରୋନା ଟିକାର ଦୁଇ ଡୋଜ୍ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ମିଳିଛି । ଆସନ୍ତାକାଲି ଜିଲ୍ଲାପାଳ, ଏସପି ଓ ବିଏମସି ଅଧିକାରୀ କରୋନା ଟିକା ନେବେ ।

ଅନ୍ୟପଟେ ଆସନ୍ତାକାଲିଠାରୁ ସରକାରୀ ଅଫିସରେ ଦିଆଯିବ କରୋନା ଟିକା । ପ୍ରଥମେ ଆଗଧାଡିରେ ଯୋଦ୍ଧାଙ୍କୁ ଦିଆଯିବା । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଟିକା ଦିଆଯିବ । ଏଥିଲାଗି ଡାଟା ବେସ୍‌ ପ୍ରସ୍ତୁତ ହୋଇସାଇଛି । ତିନି ସପ୍ତାହ ମଧ୍ୟରେ ଆଗଧାଡିର ଯୋଦ୍ଧାମାନଙ୍କ ଟିକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଫେବୃଆରୀ ୧୫ତାରିଖରୁ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଡୋଜ ଦିଆଯିବ ।  

Leave A Reply

Your email address will not be published.