ବାତ୍ୟା ଜୱାଦ୍‌ ଓଡ଼ିଶାରେ ଲ୍ୟାଣ୍ଡଫଲ କରି ନପାରେ: ଆଇଏମଡି

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଓଡ଼ିଶାର ବଡଠାକୁର ଜଗନ୍ନାଥଙ୍କ କୃପାରୁ ବାତ୍ୟା ଜୱାଦ୍‌ର ପ୍ରକୋପ ପ୍ରଭାବ ରାଜ୍ୟରେ ସେମିତି କିଛି ବଡ ଧରଣର କ୍ଷତି କରିପାରି ନାହିଁ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ଧୀରେ ଧୀରେ ଦୁର୍ବଳ ହୋଇଛି । ଏହା ବିଶାଖାପାଟଣାଠାରୁ ୨୦୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା ଗୋପାଳପୁରଠାରୁ ୩୧୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲାବେଳେ ଆଜି ରାତି ସୁଦ୍ଧା ବାତ୍ୟା ଦୁର୍ବଳ ହେବା ସହ ଏକ ଡିପ୍‌ ଡିପ୍ରେସନରେ ପରିଣତ ହୋଇ ଉତର ଦିଗରେ ଗତି କରିବ । ବାତ୍ୟା ଜୱାଦ୍‌ଏବେ ୩ କିମି ବେଗରେ ଉତରରେ ଗତି କରୁଛି । ଯ।।ହାକୁ ନେଇ ଦିଗ ବଦଳାଇ ପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି ଏନେଇ ପ୍ରକାଶ କରିଥିବା ବେଳେ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.