ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ ,(ଏସ୍‌.ନ୍ୟୁଜ): ପୁଣି ଟ୍ରେନ ରେଲୱେଟ୍ରାକରୁ ଓହରି ପଡିଛି । କୋରାପୁଟ-ଜୟପୁର ମଧ୍ୟରେ କେ.କେ ରେଳପଥ ମଧ୍ୟରେ ମାଲବାହୀ ଟ୍ରେନ୍‌ ର ଇଞ୍ଜିନ ଲାଇନଚ୍ୟୁତ । କୋରାପୁଟ ଜୟପୁର ମଧ୍ୟରେ ଥିବା ଛତ୍ରୀପୁଟ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜୟପୁର ମଧ୍ୟରେ ଥିବା ଛତ୍ରୀପୁଟ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ଶୁକ୍ରବାର ଛତ୍ରୀପୁଟ ଓ ଜୟପୁର ମଧ୍ୟରେ ଦୋହରିକରଣ ରେଳପଥର ଉଦଘାଟନ ହୋଇଥିଲା । କିନ୍ତୁ ଶନିବାର ନୂଆ ଟ୍ରାକରୁ ପୁରୁଣା ଟ୍ରାକକୁ ରେଳ ଇଞ୍ଜିନ ପାସ୍‌ କରୁଥିବା ବେଳେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏ ନେଇ କୋରାପୁଟ ଆରପିଏଫ ଆଇଆଇସି ଅପରେସ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.