ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ,(ଏସ୍‌.ନ୍ୟୁଜ): ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହ ଦେବଙ୍କ ଉପସ୍ଥିତିରେ ମଙ୍ଗଳବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାରାଜା ଦିବ୍ୟ ସିଂହ ଦେବ ମଧ୍ୟ ଉପସ୍ଥିତ ଥିବା ବେଳେ ସେ ୩ଦିନ ଧରି ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୁତ ଦେଇଛନ୍ତି । ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଂଚିିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ସମେତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରକ୍ପଳ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ପରିକ୍ରମା ଯୋଜନା ନିମନ୍ତେ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ବିଶ୍ୱାସର ସହର ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ବିଶ୍ୱ ଦରବାରରେ ଆହୁରି ଚମକିବ ଓଡ଼ିଶାର ଚେହେରା । ଏହା ପରେ ଶ୍ରୀମନ୍ଦିର ଇତିହାସରେ ଲେଖାହେବ ନୂଆ ଅଧ୍ୟାୟ । ବାସ୍ତବ ରୂପ ନେବ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧି ପାଇଁ ସ୍ୱତନ୍ତ୍ର ନକ୍ସା ।

ଉତର ପାର୍ଶ୍ୱ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଅନୁସାରେ ଚାଲିଛି ଯଜ୍ଞ । ଗଜପତି ମହାରାଜ ଯଜ୍ଞର କର୍ତା ଥିବା ବେଳେ ୩୩ଜଣ ଶ୍‌ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହୋଇଥିଲେ । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ । ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡିକର ପୁନଃବିକାଶ ହେବ । ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ ।

Leave A Reply

Your email address will not be published.