ଆରମ୍ଭ ହେଲା ଜୁନିୟର ହକି ବିଶ୍ୱକପ୍‌ : ଉଦଘାଟନୀ ମ୍ୟାଚରେ ଦ.ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ବେଲଜିୟମ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆରମ୍ଭ ହେଲା ଜୁନିଅର ହକି ବିଶ୍ୱକପ ମହାକୁମ୍ଭ । ଓଡ଼ିଶା ପୁଣି ଦେଖାଇଛି ତାର ଦମ୍‌ । ଭାରତୀୟ ହକି ଦଳର ପ୍ରାୟୋଜକ ଥିବା ଓଡ଼ିଶା ପୁଣି ଭଲପାଇଛି ହକିକୁ । ଆଜି ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପ୍‌ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ । ଗତ ସଂସ୍କରଣର ଉପ ବିଜେତା ଥିବା ବେଲଜିୟମ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ବେଲଜିୟମ ପକ୍ଷରୁ ମ୍ୟାଚର ୭ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ ।

ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ ମ୍ୟାଚ ପୁଲ ଡିର ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ହେବାକୁ ଯାଉଛି । ପୁଲ ଡିର ଦୁଇ ଶକ୍ତିଶାଳୀ ଟିମ୍‌ ପାକିସ୍ତାନ ଓ ଜର୍ମାନୀ ମଧ୍ୟରେ ଖେଳାଯାଉଛି । ଗତ ବିଶ୍ୱକପରେ ଜର୍ମାନୀ ତୃତୀୟ ସ୍ଥାନରେ ଥିବା ବେଳେ, ଭିସା ନମିଳିବାରୁ ପାକିସ୍ତାନ ଜୁନିୟର ବିଶ୍ୱକପ ଖେଳିବାରୁ ବଂଚିତତ ହୋଇଥିଲା । ସନ୍ଧ୍ୟା ୮ଟାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବ ଟକ୍କର । ସୁରକ୍ଷା ଲାଗି ୫ ଜଣ ଅତିରିକ୍ତ ଡିସିପି, ୮ ଜଣ ଡିଏସପି, ୨୬ ଜଣ ଆଇଆଇସି, ୭୨ ଜଣ ଅଫିସର, ୩୦ ହାବିଲଦାର ନିୟୋଜିତ ହୋଇଛନ୍ତି । ଷ୍ଟାଡିୟମ ଭିତରେ ଓ ବାହାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.