ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀଙ୍କ ଦକ୍ଷତା ମପାଯିବା ପାଇଁ ବେସ ଲାଇନ ଆସେସମେଂଟ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ):୧୮ ମାସ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିଛି । ଆରମ୍ଭ ହୋଇଯାଇଛି ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀଙ୍କ ପାଠପଢା । ପିଲାଙ୍କ ଦକ୍ଷତା ମପାଯିବା ପାଇଁ ବେସ ଲାଇନ ଆସେସମେଂଟ କରାଯିବ । ଏହା ଦ୍ୱାରା ଶିକ୍ଷା ଆହରଣ ପଦ୍ଧତି ନିର୍ଦ୍ଧାରଣ ସହଜ ହେବ । ଦୀର୍ଘ ୧୮ ମାସ ପରେ ପିଲାମାନେ ସ୍କୁଲ ଆସିଥିବାରୁ ଏପରି ନିଷ୍ପତିି ନିଆଯାଇଛି ।

ନଭେମ୍ବର ୨୨ ତାରିଖରେ ଓଡ଼ିଆ, ୨୩ ତାରିଖରେ ଇଂରାଜୀ, ୨୪ ତାରିଖରେ ଗଣିତ ଆଦି ଆସେସମେଂଟ କରାଯିବ । ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଓଡ଼ିଆ, ଇଂରାଜୀ, ଗଣିତ ବିଷୟର ମୌଳିକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ବିଦ୍ୟାଳୟକୁ ଦିଆଯିବ । ଏହା ପିଲାଙ୍କର ପରୀକ୍ଷା ନୁହେଁ ବରଂ ଦକ୍ଷତା ମପାଯିବ । ଦକ୍ଷତା ମପାଯାଇ ସେମାନଙ୍କ ପ୍ରତି ଶିକ୍ଷକ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବେ । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ।

Leave A Reply

Your email address will not be published.