ଆଉ ଏବେ ଘରୋଇ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟ ହେବ ନାହିଁ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): କରୋନା ମହାମାରୀ ରାଜ୍ୟରେ ଉଗ୍ର ରୂପ ଧାରଣ କରିଥିବା ବେଳେ ରାଜ୍ୟ ସରକାର କେତେକ ବିହିତ ପଦକ୍ଷେପ ନେଇଥିଲେ । ସେଥିମଧ୍ୟରୁ କରୋନାର ଆରପିପିସିଆର ଟେଷ୍ଟ ପାଇଁ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲ ସହ ଚୁକ୍ତି କରାଯାଇଥିଲା । ମାତ୍ର ଜଣାପଡିଛି କି ଏବେ ଆଉ ରାଜ୍ୟରେ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ କରାଯିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଘରୋଇ ଲ୍ୟାବ୍‌ ସହ କରିଥିବା ଟେଷ୍ଟିଂ ଚୁକ୍ତିକୁ ନବୀକରଣ କରିନାହାନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ୍‌ କାର୍ଯ୍ୟକ୍ଷମ ହେବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ତେବେ ଜିଲ୍ଲା ଲ୍ୟାବର କ୍ଷମତା ବାହାରେ ଅତିରିକ୍ତ ନମୂନାକୁ ଆରଏମଆରସି କିମ୍ବା ଏସବିସିରେ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ରୋଗୀଙ୍କର ରାପିଡ୍‌ ଆଂଟିଜେନ ସହ ଆରଟି-ପିସିଆର ଟେଷ୍ଟ କରାଯାଉଥିଲା । ଆରଟି-ପିସିଆରର ପରୀକ୍ଷା ଉପରେ ନିର୍ଭରଶୀଳତା ଅଧିକ ବଢିିଯାଇଥିବାରୁ ସରକାର କିଛି ଘରୋଇ ଲ୍ୟାବରେ ପରୀକ୍ଷା ନେଇ ବୁଝାମଣା କରିଥିଲେ । ମାତ୍ର ତୃତୀୟ ଲହରକୁ ନଜରରେ ରଖି ସରକାର ପ୍ରତ୍ୟେକ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ ପ୍ରତିଷ୍ଠା କରିସାରିଛନ୍ତି । ଜିଲ୍ଲାସ୍ତରରେ ଆରଟି-ପିସିଆର ଲ୍ୟାବ୍‌ କାର୍ଯ୍ୟକ୍ଷମ ହେବା ପରେ ସରକାର ଘରୋଇ ଲ୍ୟାବ୍‌ ଉପରୁ ନିର୍ଭରଶୀଳତାକୁ ହ୍ରାସ କରିଛନ୍ତି । ଗତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଘରୋଇ ଲ୍ୟାବଗୁଡିକ ସହ ଚୁକ୍ତିର ଅବଧି ରହିଥିବା ବେଳେ ସରକାର ତାହାକୁ ପୁନଃନବୀକରଣ କରିନାହାନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ୈନିକ ୫୦ ହଜାରରୁ ଅଧିକ ନମୂନା ପରୀକ୍ଷଣ କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.