ଝାରସୁଗୁଡାବାସୀଙ୍କୁ ଭର୍ଚୁଆଲ ମୋଡରେ ସ୍ମାର୍ଟ ହେଲଥ କାର୍ଡ ବାଂଟିଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା,(ଏସ୍‌.ନ୍ୟୁଜ): ବିଜେଡି ପକ୍ଷରୁ ଏବେ ସାରା ଓଡ଼ିଶାରେ ସ୍ମାର୍ଟ ହେଲଥ କାର୍ଡ ବଂଟାଯାଉଛି । ଆଜି ଭର୍ଚୁଆଲ ମୋଡେ ମୁଖ୍ୟମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ମଧ୍ୟ ସ୍ମାର୍ଟ ହେଲଥ କାର୍ଡ ବାଂଟିଛନ୍ତି । ଆଜିଠାରୁ ଜିଲ୍ଲାର ୧.୧୬ ଲକ୍ଷ ଲୋକଙ୍କୁ ବିଏସକେୟାଇ ସ୍ମାର୍ଟ କାର୍ଡ ବଂଟାଯିବ । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡାବାସୀଙ୍କୁ ସେ ୩୧୨ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ୧୪୪ କୋଟି ଟଙ୍କାର ପ୍ରକଳ୍ପର ଭର୍‌ଚୁଆଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ୧୬୮ କୋଟି ଟଙ୍କାର ନୂଆ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ବ୍ରଜରାଜନଗର ବିଧାୟକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.