ମହିଳା ଗଣଦୁଷ୍କର୍ମର ଶିକାର, ୪ ଦୁଷ୍କର୍ମକାରୀଙ୍କୁ ଗିରଫ କଲା ନିମାପଡା ପୋଲିସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଘଟଣା ଦେଖିବାକ ମିଳୁଛି । କେଉଁଠି ନା କେଉଁଠି ଯୌନପିପାସୁଙ୍କ ଶିକାର ହେଉଛନ୍ତି ଏହି ନିରୀହ ମହିଳାମାନେ । ମହିଳାମାନଙ୍କ ପ୍ରତି ବଢ଼ି ଚାଳିଛି ବିଭିନ୍ନ ଅପରାଧିକ କାର୍ଯ୍ୟ । ଜିଲ୍ଲାରେ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ହୋଇପଡିଛନ୍ତି ।

ଏହିପରି ଏକ ଘଟଣା ନିମାପଡାରେ ଘଟିଛି । ନଦୀପଠାକୁ ଶୌଚ ହେବାକୁ ଯାଇଥିବା ସମୟରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଜଣାପଡିଛି ଯେ, ନିମାପଡା ଏନଏସି ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୮ ବର୍ଷୀୟା ମହିଳା ରାତି ୧୦ଟା ସମୟରେ କୁଶଭଦ୍ରା ନଦୀପଠାକୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଚାରି ଜଣ ଅଭିଯୁକ୍ତ ତାଙ୍କ ପାଟିରେ ଗାମୁଛା ଦେଇ ଅନ୍ଧାରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ପାଟି ଶୁଣି ସାଥିରେ ଯାଇଥିବା ତାଙ୍କ ସ୍ୱାମୀ ସେଠାରେ ପହଂଚିଯିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ । ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛ । ସେମାନେ ହେଲେ କାକଟପୁର ଥାନାର ଅମୁଣିଆପାଟଣା ଗ୍ରାମର ବଳରାମ ଭୋଇ, ଅଜିତ ଦାସ, କହ୍ନେଇ ଭୋଇ, ବଡଆଡଙ୍ଗ ଗ୍ରାମର ଦ୍ୱିଜବର ସ୍ୱାଇଁ । ଏଥିସହ ଏମାନଙ୍କ ବିରୋଧରେ ଆଇପିସି ଧାରା ୩୬୩/୩୭୬, (ଘ)/୩୨୩/୨୯୪/୩୫୪/ ୩୫୪(ଖ)/ ୩୭୯/ ୩୪ ଥାନା କେସ୍‌ ନଂ-୪୦୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ବର୍ତମାନ ମହିଳା ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଜୀବନ ସହ ସହ ସଂଗ୍ରାମ କରୁଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

Leave A Reply

Your email address will not be published.