ଫ୍ୟାନରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଏହିକିଛିଦିନ ମଧ୍ୟରେ ଛାତ୍ରୀମାନଙ୍କ ଆତ୍ମହତ୍ୟା ଭଳି ଘଟଣା ସାମ୍‌ନାକୁ ଆସିଛି । କେଉଁଠି ନା କେଉଁଠି କଲେଜ ପଢ଼ୁଆ ଛାତ୍ରୀମାନେ କୌଣସି କାରଣରୁ ଆତ୍ମହତ୍ୟା କରୁଥିବାର ନଜରକୁ ଆସୁଛି । ଏହି ପରିପ୍ରେକ୍ଷୀରେ ନିମାପଡାର ଏକ ମହିଳା ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି କୁହାଯାଉଥିବା ବେଳେ କେଉଁ କାରଣରୁ ଛାତ୍ରୀ ଆତ୍ମହତ୍ୟା କଲେ ତାହା ତଦନ୍ତ ସାକ୍ଷେପ ବୋଲି ମତ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ କୋଣାର୍କ ଥାନା ବାଲିଦୋକାନ ନିକଟସ୍ଥ ବୁବୁଆ ଗ୍ରାମର ଯୁକ୍ତ ୨ ବିଜ୍ଞାନରେ ପାଠପଢୁଥିବା ସ୍ମୃତିଛନ୍ଦା ସ୍ୱାଇଁ ନିମାପଡା ଗୁହାଳପଡା କୋର୍ଟ ରାସ୍ତରେ ଥିବା ସାଇ ବିଦ୍ୱାନ କୋଚିଙ୍ଗ ସେଂଟରରେ ପାଠ ପଢୁଥିଲେ । ଗୁରୁବାର ହଷ୍ଟେଲର ଏକ ରୁମରେ ତାଙ୍କର ମୃତଦେହ ଝୁଲୁଥିବା ତାଙ୍କ ସାଙ୍ଗମାନେ ଦେଖି କାନ୍ଦ ବୋବାଳି କରିଥିଲେ । ମୃତଛାତ୍ରୀଙ୍କ ପିତାମାତା ପହଂଚିବା ପରେ ପୋଲିସ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଛି । ନିମାପଡା ଅଂଚଳରେ ଶତାଧିକ ହଷ୍ଟେଲ ବେଆଇନ ଏବଂ ବିନା ରେଜଷ୍ଟ୍ରେସନରେ ଚାଲୁଥିବା ବେଳେ ବାରମ୍ବାର ଏକାଧିକ ଘଟଣା ଘଟିଚାଲୁଛି । କେଉଁ କାରଣରୁ ପୋଲିସ ଏବଂ ପ୍ରଶାସନ ଏ ବିଷୟରେ ଦୃଷ୍ଟିଦେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.