ମମିତା ନ୍ୟାୟ : ବିଧାୟିକା ସ୍ନେହାଙ୍ଗିନୀ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡିକୁ ଅଣ୍ଡାମାଡ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ମମିତା ମେହେର ହତ୍ୟା ଘଟଣାରେ ଓଡ଼ିଶା ରାଜନୀତି ତୀବ୍ର ହେବାରେ ଲାଗିଛି । ଏହି ଘଟଣାରେ ବିଜେଡିର ସଂପୃକ୍ତିକୁ ନେଇ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ଉପରକୁ ଅଣ୍ଡାମାଡ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ବିଜେପୁର ଯିବାବେଳେ ସ୍ନେହାଙ୍ଗିନୀ ଗାଡିକୁ ଅଣ୍ଡାମାଡ ହୋଇଥିବା ଜଣାପଡିଛି । ବରଗଡ ଏକାମ୍ର ଛକରେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ କରିଥିବା ସୂଚନା ମିଳିଛି । ଅନ୍ୟପଟେ ପଦ୍ମପୁରରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ପାଇକମାଳ ଛକରେ ବିଜେପି କର୍ମୀଙ୍କ ପକ୍ଷରୁ ହୋଇଛି ଏହି ଅଣ୍ଡାମାଡ । ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ମନ୍ତ୍ରୀ ଅଣ୍ଡାମାଡର ଶିକାର ହୋଇଛନ୍ତି ।

ତେବେ ମମିତା ମେହେର ହତ୍ୟା ଘଟଣାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଇ ଆସୁଛି । ଏହା ପୂର୍ବରୁ ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ ରାଜ୍ୟର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡିକୁ ଅଣ୍ଡାମାଡ ହୋଇଥିଲା । ଏହା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ଅନୁରୂପ ଭାବେ ବିରୋଧ କରାଯାଇ ଅଣ୍ଡାମାଡ କରାଯାଇଥିଲା ।

Leave A Reply

Your email address will not be published.