ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଏନେଇ ଆଜି ପ୍ରଶାସନିକ ସ୍ତରରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି । ପ୍ରଥମ ୫ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ କରିବାକୁ ମିଳିବ ଅନୁମତି । ଦୁଇ ଡୋଜ୍‌ ଟିକା ନେଇ ସାରିଥିବା ବ୍ୟକ୍ତି ଭିତରକୁ ଯାଇପାରିବେ ବୋଲି ପ୍ରଶାସନ ଏହି ବୈଠକରେ ନିଷ୍ପତ୍ତି ନେଇଛି

ଅନଲକରେ ମନ୍ଦିର ଖୋଲିବା ପାଇଁ ସବୁଜ ସଙ୍କେତ ମିଳିଛି । ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।  କୋଭିଡର ପ୍ରଥମ ଲହର ପରେ ଯେଭଳି ଏସଓପି ଆଧାରରେ ଭକ୍ତ ଠାକୁର ଦର୍ଶନ କରୁଥିଲେ, ସେହିଭଳି କଟକଣାରେ ଦର୍ଶନ କରିବାକୁ ପ୍ରସ୍ତାବ ପାରିତ ହୋଇଛି ।

Leave A Reply

Your email address will not be published.