ଗୀତାରେ ଲେଖା ଯାଇଥିବା ଏହି ୫ ଟି କଥା ଖୁବଶୀଘ୍ର କଳିଯୁଗରେ ଦେଖିବାକୁ ମିଳିବ

ଶ୍ରୀ ମଦଭାଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ର ସେହି ଉପଦେଶ ଗୁଡିକ ର ବର୍ଣ୍ଣନା ହୋଇଛି ଯାହା ସେ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଙ୍କୁ ଶିକ୍ଷା ଦେଇଥିଲେ L ଗୀତା ରେ ଲେଖା ଯାଇଥିବା ଉପଦେଶ ମନୁଷ୍ୟ କୁ ଜୀବନ ବଞ୍ଚିବାର ଠିକ ରାସ୍ତା ଦେଖାଇଥାଏ L ଗୀତରେ ୧୮ ଟି ଅଧ୍ୟାୟ ଓ ୭୦୦ ଶ୍ଳୋକ ରହିଛି L ଏବଂ ଏହି ଶ୍ଳୋକ ଗୁଡିକ ମାଧ୍ୟମ ରେ ଧର୍ମର ମାର୍ଗ ଅନୁସରଣ କରି ସତ କର୍ମ କରିବାର ଶିକ୍ଷା ଦିଆଯାଇଛି L କେବଳ ଏତିକି ନୁହେଁ , ଜୀବନ ର ସମସ୍ତ ସମସ୍ୟାର ସମାଧାନ ଗୀତା ରେ ରହିଛି L ଗୀତା ରେ କଳିଯୁଗ ସହିତ ଜଡିତ ଏଭଳି କଥା ଲେଖା ଯାଇଛି , ଯାହା କି ସତ୍ୟ ହୋଇଛି L ଆସନ୍ତୁ ଜାଣିବା ସେହିଭଳି ୫ ଟି କଥା L

-ଗୀତା ର ବାଣୀ ଅନୁସାରେ କଳିଯୁଗ ରେ ଧନ କୁ ମନୁଷ୍ୟ ର ଭଲ ଜନ୍ମ , ଉଚିତ ବ୍ୟବହାର ଓ ଉତ୍ତମ ଗୁଣର ପ୍ରତୀକ ବୋଲି ଗ୍ରହଣ କରାଯିବ ଓ ବ୍ୟବସାୟ ରେ ସଫଳତା ଛଳନା ଉପରେ ନିର୍ଭର କରିବ L

-କଳିଯୁଗ ରେ ଧର୍ମ , ସତ୍ୟବାଦିତା , ସ୍ୱଛତା , ସହିଷ୍ଣୁତା , ଦୟା , ଜୀବନ ର ଅବଧି , ଶାରୀରିକ ଶକ୍ତି ଓ ସ୍ମୃତି ଶକ୍ତି ଦିନକୁ ଦିନ ହ୍ରାସ ହେବାର କାରଣ ହୋଇଥାଏ L

-ଏହାଛଡା କଳିଯୁଗ ରେ ପୁରୁଷ ସ୍ତ୍ରୀ ସହିତ ବିନା ବିବାହ ରେ ନିଜ ରୁଚି ଅନୁସାରେ ରହିବେ ଏବଂ ବ୍ରାହ୍ମଣ କେବଳ ଗୋଟିଏ ପଇତା ପିନ୍ଧି ନିଜକୁ ବ୍ରାହ୍ମଣ ହେବାର ଦାବି କରିବେ ଓ ନିଜ କର୍ମ କୁ ଠିକ ଭାବେ କରିବେ ନାହିଁ L

-କଳିଯୁଗ ରେ ଲୋକେ ଅନେକ ଚିନ୍ତା , ଚାପଗ୍ରସ୍ତ ହୋଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ରହିବେ L ଯାହାଦ୍ୱାରା ମନୁଷ୍ୟ ର ଆୟୁଷ ହ୍ରାସ ପାଇବ L

-କଳିଯୁଗ ର ଶେଷ ସମୟ ପର୍ଯ୍ୟନ୍ତ ଋତୁ ଅନୁସାରେ ବର୍ଷା ହେବା କମିଯିବ L ପ୍ରାକୃତିକ ବିପର୍ଯ୍ୟୟ ବଢ଼ିଯିବ , ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହେବ L ଜନଜୀବନ କ୍ଷତିଗ୍ରସ୍ତ ହୋଇ ମନୁଷ୍ୟ ସମାଜ ମଧ୍ୟ ନଷ୍ଟ ହୋଇଯିବ L

Leave A Reply

Your email address will not be published.