ନିଜ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ହେଲେ ଆପଣାନ୍ତୁ ଏହି ଉପାୟ

ଆମେ ନିଜ ଜୀବନ ରେ ଅନେକ ଲୋକଙ୍କ ସହିତ ଭେଟିଥାଉ L ସେମାନଙ୍କ ସହିତ ସାକ୍ଷାତ ହୋଇଥାଏ, କଥାବାର୍ତା ହୋଇଥାଏ ଏହି ସବୁ ମଧ୍ୟରେ ଆମେ ଏଭଳି ଗୋଟିଏ ବ୍ୟକ୍ତିକୁ ବାଛି ଥାଉ ଯାହା ସହିତ ନିଜର ସମ୍ପୂର୍ଣ ଜୀବନ ଅତିବାହିତ କରିବାକୁ ଇଛା କରିଥାଉ L କିନ୍ତୁ ଏହା ଆମ ପାଇଁ ସେତେଟା ସହଜ ହୋଇନଥାଏ L ବେଳେବେଳେ ଏଭଳି ସମ୍ପର୍କ ରେ ଖୁବ ଛୋଟ ଛୋଟ ପ୍ରଭାବ ପଡିଥାଏ ଯାହାଦ୍ୱାରା ସମ୍ପର୍କ ଖରାପ ହେବାକୁ ଲାଗିଥାଏ L ତେଣୁ ମନୋବିଜ୍ଞାନୀ ଙ୍କ ମତରେ ସମ୍ପର୍କ କୁ ଷ୍ଟ୍ରଙ୍ଗ ବା ମଜବୁତ କରିବା ପାଇଁ କିଛିଟା କଥାକୁ ନିହାତି ଗୁରୁତ୍ୱ ଦେବା ଜରୁରୀ ଅଟେ L

– ଆମର ସାଧାରଣ ଭାବରେ ଅଭ୍ୟାସ ରହିଛି ଆମେ ସମସ୍ତେ ସମସ୍ତଙ୍କ କାମରେ ଓ କଥାରେ ଅଧିକ ରୋକ ଟୋକ କରିଥାଉ ଏବଂ ମୁଣ୍ଡ ପୁରାଇ ଥାଉ, କିନ୍ତୁ ଏହା ଠିକ ନୁହେଁ L ଗୋଟିଏ ଷ୍ଟ୍ରଙ୍ଗ ରିଲେସନ ରେ ସ୍ୱାଧୀନତା ନିହାତି ରହିବ ଜରୁରୀ L ପ୍ରତ୍ୟେକ ମଣିଷଙ୍କର କିଛିନା କିଛି ନିଜସ୍ୱ ପସନ୍ଦ ଓ ନାପସନ୍ଦ ରହିଛି ତାହାକୁ ଉଭୟ ଗୁରୁତ୍ୱ ଦେବା ଜରୁରୀ L ଯଦି ଉଭୟ ଉଭୟଙ୍କ ଖୁସି ଓ ସୁଖରେ ସାମିଲ ହୋଇ ପାରିବେ ତେବେ ଯାଇ ଏହି ସମ୍ପର୍କ ଆଗକୁ ବଢିବ L

– ଦୁନିଆର ଯେ କୌଣସି ସମ୍ପର୍କ ହୋଇଥାଉ ସବୁଠୁ ଜରୁରୀ ହେଉଛି ବିଶ୍ୱାସ ଓ ଭରସା ଆବଶ୍ୟକ L ଛୋଟ ଛୋଟ କଥାରେ ବାରମ୍ବାର ଅବିଶ୍ୱାସ କରିବା ଓ ବିଶ୍ୱାସ ଘାତକତା କରିବା ଦ୍ୱାରା ସମ୍ପର୍କ ବେଶୀ ଦିନ ତିଷ୍ଠି ରହି ନଥାଏ L କାହିଁକି ନା ଦୁନିଆର ପ୍ରତ୍ୟେକ ସମ୍ପର୍କ କେବଳ ବିଶ୍ୱାସ ର ମୂଳଦୁଆ ରେ ଚାଲିଛି L

– ଆମେ ଯେତେ ବ୍ୟସ୍ତ ରହିଲେ ସୁଧା ନିଜର ସାଥି ଙ୍କ ପାଇଁ ନିହାତି ସମୟ ବାହାର କରିବା ଜରୁରୀ L କାହିଁକି ନା ଉଭୟ ଙ୍କ ଭାବର ଆଦାନପ୍ରଦାନ ଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ L ତେଣୁ ବ୍ୟସ୍ତତା ମଧ୍ୟରେ ଆମକୁ ସମୟ ବାହାର କରି କିଛି ସମୟ ଏକାଠି ବିତାଇବାର ସୁଯୋଗ ମିଳିବ ଜରୁରୀ L

– ଗୋଟିଏ ଭଲ ଜୀବନ ସାଥି ବହୁ କଷ୍ଟରେ ମିଳିଥାଏ L ଯଦି ଆପଣଙ୍କର ଗୋଟିଏ ସାଥି ରହିଛି ତେବେ ତାର ମୂଲ୍ୟକୁ ଆପଣ ବୁଝନ୍ତୁ L ଯେକୌଣସି ସମ୍ପର୍କ ରେ ସଚୋଟ ହେବ ଖୁବ ଜରୁରୀ L ତେଣୁ ଏହାକୁ ପ୍ରତ୍ୟେକ ବ୍ୟକ୍ତି ମେଣ୍ଟେନ କରିବା ଅବାଶ୍ୟଲ L

– ନିଜ ପାର୍ଟନର ଙ୍କ ମନକୁ ବୁଝିବା ବହୁତ ଜରୁରୀ L ଯେପରିକି ଦେହ କଷ୍ଟ ହେଉ କିମ୍ବା ମନ କଷ୍ଟ, ଉଭୟ କୁ ଗୁରୁତ୍ୱ ଦେବା ଆବଶ୍ୟକ L ଏହାଛଡା ସେହି ସମୟରେ ନିଜ ପାର୍ଟନର ଙ୍କୁ ଅଧିକ ସମୟ ଦେବା ମଧ୍ୟ ଜରୁରୀ L ତେବେ ଯାଇ ସମ୍ପର୍କ ଆହୁରି ଷ୍ଟ୍ରଙ୍ଗ ହୋଇପାରିବ L

Leave A Reply

Your email address will not be published.