ନିଜ ପିଲାର ସ୍ମରଣଶକ୍ତି ବୃଦ୍ଧି କରାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଭିଟାମିନ ବି-୧୨ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ ଡିପ୍ରେସନ ହେବାର ଆଶଙ୍କା ବଢ଼ିଥାଏ।
ଛୋଟ ପିଲାଙ୍କ କ୍ଷେତ୍ରରେ ଭିଟାମିନ୍‌ ବି-୧୨ ମସ୍ତିଷ୍କକୁ କ୍ରିୟାଶୀଳ କରେ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ କଲେଜର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି। ତେଣୁ ଛୋଟ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା ପାଇଁ ସେମାନଙ୍କୁ ସବୁବେଳେ ସନ୍ତୁଳିତ ଆହାର ଖାଇବାକୁ ଦେବା ଆବଶ୍ୟକ।
ଭିଟାମିନ୍‌ ବି-୧୨ ଶରୀରରେ ମେଟାବଲିଜିମ୍‌ ବୃଦ୍ଧି କରାଇଥାଏ। ଫଳରେ ଶରୀରରେ ଡିଏନ୍‌ଏ ଓ ଲୋହିତ ରକ୍ତ କଣିକା ତିଆରି କାର୍ଯ୍ୟ ତ୍ୱରାନ୍ବିତ ହୋଇଥାଏ। ଏହାଦ୍ୱାରା ଛୋଟ ପିଲାଙ୍କ ମାନସିକ ତଥା ଶାରୀରିକ ବିକାଶ ହୋଇପାରିଥାଏ। ମାଛ,ମାଂସ ଓ ଅଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-୧୨ ରହିଥାଏ ।
ସେହିପରି ଶାକାହାରୀ ଖାଦ୍ୟ ମଧ୍ୟରେ କ୍ଷୀର,ପନିର, ସୋୟା ମିଲକ୍‌, ଆଳୁ, ଗାଜର,ମୂଳା ଓ ବିଟ୍‌ରେ ଭିଟାମିନ୍‌ ବି-୧୨ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ଭିଟାମିନ୍‌ ବି-୧୨ଯୁକ୍ତ ଖାଦ୍ୟକୁ ଛୋଟ ପିଲାଙ୍କ ଡାଏଟ୍‌ରେ ସାମିଲ୍‌ କଲେ ଅନେକ ସୁଫଳ ମିଳିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Leave A Reply

Your email address will not be published.