ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଗ୍ଲୋବାଲ କୋଭିଡ-୧୯ ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ: ବିଶ୍ବରେ କୋଭିଡ୍ ସ୍ଥିତି ନେଇ ଗୁରୁବାର ଅନୁଷ୍ଠିତ ହେବ ଦିତ୍ବୀୟ କୋଭିଡ ୧୯ ଗ୍ଲୋବାଲ ଭର୍ଚୁଆଲ ବୈଠକ । ବୈଠକରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଭାଗ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏହାକୁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଆୟୋଜନ କରିଛନ୍ତି । ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଛନ୍ତି ।

ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ମଇ ୨୨ ତାରିଖରେ ପ୍ରଥମ ଗ୍ଲୋବାଲ କୋଭିଡ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ, ଅନ୍ୟାନ୍ୟ ଦେଶର ମୁଖ୍ୟ ତଥା ଅଧିକାରୀ ମଧ୍ୟ ଯୋଗଦେବେ । ତାହା ସହ  ଜି -୨୦ର ରାଷ୍ଟ୍ରପତି ଭାବରେ ଇଣ୍ଡୋନେସିଆ ଏବଂ ଜି-୭ ର ରାଷ୍ଟ୍ରପତି ଭାବରେ ଜର୍ମାନୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.