ଏବର୍ଷ ହଜ୍ ଯିବେ ୭୯,୨୩୭ ଭାରତୀୟ

ନୂଆଦିଲ୍ଲୀ : ଦୁଇବର୍ଷ କୋଭିଡ୍ ଯୋଗୁଁ ହଜ୍ ଯାତ୍ରା ବନ୍ଦ ରହିଥିବାବେଳେ ଚଳିତବର୍ଷ ଏହି କଟକଣା ଉଠିଯାଇଛି । ଜୁଲାଇରୁ ହଜ୍ ଯାତ୍ରା ଆରମ୍ଭ ହେଉଥିବାବେଳେ ଏବର୍ଷ ୭୯,୨୩୭ ଜଣ ଭାରତୀୟ ମୁସଲମାନ ଶ୍ରଦ୍ଧାଳୁଙ୍କୁ ଏହି ସୁଯୋଗ ଜୁଟିବ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ୨୨,୬୩୬ ଜଣ ହଜ୍ ଗ୍ରୁପ୍ ଅର୍ଗାନାଇଜର୍ସଙ୍କ ଜରିଆରେ ସାଉଦି ଆରବ ଯାତ୍ରା କରୁଥିବାବେଳେ ଅବଶିଷ୍ଟ ୫୬,୬୦୧ ଶ୍ରଦ୍ଧାଳୁ ହଜ୍ କମିଟି ଅଫ୍ ଇଣ୍ଡିଆ ମାଧ୍ୟମରେ ନାମ ପଞ୍ଜୀକୃତ କରିଛନ୍ତି ।

ଚଳିତବର୍ଷ ପୁରୁଷ ସହଯୋଗୀଙ୍କ ବିନା ୧୮୦୦ ଭାରତୀୟ ମହିଳା ହଜ୍‌ରେ ଯାଉଛନ୍ତି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍‌ଭୀ ସୂଚନା ଦେଇଛନ୍ତି। ହଜ୍ ଯାତ୍ରା ସମ୍ପର୍କରେ ଶ୍ରଦ୍ଧାଳୁଙ୍କ ପାଇଁ ତାଲିମ ଶିବିର ମଧ୍ୟ ଆୟୋଜନ କରାଯାଇଛି । ଏଥିରେ ହଜ୍ କମିଟି ଅଧିକାରୀଙ୍କ ବ୍ୟତୀତ ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ, ବିପର୍ଯ୍ୟୟ ପରିଚାଳନା ଏଜେନ୍ସି, ଏୟାରଲାଇନ୍ସ, ବହିଃଶୁଳ୍‌କ ଓ ଇମିଗ୍ରେସନ ଅଧିକାରୀମାନେ ଶ୍ରଦ୍ଧାଳୁଙ୍କୁ ଯାତ୍ରା ସମ୍ପର୍କରେ ତାଲିମ ଦେବେ ।

Leave A Reply

Your email address will not be published.