ଦିନକୁ ୧୦୦ ସିଗାରେଟ୍, ୩୦ କପ କଫି ପିଏ

କିଙ୍ଗ ଖାନଙ୍କ ଜୀବନଶୈଳୀ

ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନଙ୍କୁ ଜାଣିବା ପାଇଁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବଲିଉଡରେ ସେହି ସ୍ଥାନ ପାଇଛନ୍ତି, ଯାହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । କିନ୍ତୁ ଏହି ଖ୍ୟାତି ପଛରେ ମଧ୍ୟ ଏକ ସତ୍ୟତା ଲୁଚି ରହିଛି, ଏହା ଜାଣି ଆପଣ ମଧ୍ୟ ଚକିତ ହେବେ। କୋଟି କୋଟି ହୃଦୟର ଶାସନ କରୁଥିବା ଶାହାରୁଖ ଖାନ ଏଭଳି ଜୀବନଶ ଶୈଳୀରେ ଜୀବନଯାପନ କରନ୍ତି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଶାହାରୁଖ ଖାନ ଧୂମପାନ କରିବାରେ ଅଭ୍ୟସ୍ତ ଏବଂ ସେ ଏହାକୁ ଖୋଲାଖୋଲି ଭାବରେ ଘୋଷଣା କରିଛନ୍ତି। ୨୦୧୧ ମସିହାରେ ଦିଆଯାଇଥିବା ଏକ ସାକ୍ଷାତକାରରେ, ଅଭିନେତା ନିଜେ ନିଜର ଅସ୍ୱାସ୍ଥ୍ୟକର ଅଭ୍ୟାସ ବିଷୟରେ କହିଥିଲେ ଏବଂ ପ୍ରକାଶ କରିଥିଲେ ଯେ ସେ ଦିନକୁ ୧୦୦ଟି ସିଗାରେଟ୍ ଟାଣନ୍ତି ଏବଂ ପ୍ରାୟ ୩୦ କପ୍ ବ୍ଲାକ କଫି ପିଇଥାନ୍ତି । ସେହିଭଳି ଏକ ସାକ୍ଷାତକାରରେ, SRK ଖାଦ୍ୟ ପ୍ରତି ତାଙ୍କର ପ୍ରେମ ବିଷୟରେ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ ତାଙ୍କ ପିତା ଦିଲ୍ଲୀରେ ରେସ୍ତୋରାଁର ମାଲିକ ଥିଲେ ଏବଂ ତାଙ୍କ ବିଶେଷତା ପାଠାନି ଖାଦ୍ୟ ଥିଲାବେଳେ ତାଙ୍କ ମାଆ ଚମତ୍କାର ହାଇଦ୍ରାବାଦ ଖାଦ୍ୟ ରାନ୍ଧୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେପର୍ଯ୍ୟନ୍ତ ତାଙ୍କ ମା ଜୀବିତ ଥିଲେ, ସେ ତାଙ୍କୁ ସବୁବେଳେ ନିଜ ହାତରେ ଖୁଆଇ ଦେଉଥିଲେ ।

ସେ ଏହା ମଧ୍ୟ କହିଥିଲେ ଯେ “ମୁ ସିଗାରେଟ୍ ନ ଟାଣିଲେ ଶୋଇପାରେ ନାହିଁ । ମୁଁ ଖାଇବା ପିଇବା ବି ଭୁଲି ଯାଏ”, “ଏପରିକି ମୋର ସୁଟିଙ୍ଗ ମଝିରେ ମନେପଡେ ମୁଁ ଖାଦ୍ୟ ଖାଇନାହିଁ ବୋଲି । ମୁଁ ପାଣି କମ୍ ପାଣି ପିଏ କିନ୍ତୁ ଦିନକୁ ୩୦ କପ ବ୍ଳାକ କଫି ପିଏ।” ଅଭିନେତାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମ ‘ଜିରୋ’ରେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କେଫଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଲ ରାୟ। ଏହି ଫିଲ୍ମ ପରେ ଶାହାରୁଖ ଏକ ଦୀର୍ଘ ସମୟ ପାଇଁ ବିରତି ନେଇଥିଲ । ଏବେ ଶାହାରୁଖ ଖୁବ୍ ଶୀଘ୍ର ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ୍’ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଦୀପିକା ଏବଂ ଜନ୍ ଆବ୍ରାହମ୍ ତାଙ୍କ ସହ ନଜରରେ ଆସିବେ।

Leave A Reply

Your email address will not be published.