ନୂଆଦିଲ୍ଲୀ : ମେଟା ଦ୍ୱାରା ପରିଚାଳିତ ହ୍ୱାଟ୍ସଆପ୍ ପକ୍ଷରୁ ମାର୍ଚ୍ଚ ମାସରେ ପ୍ରାୟ ୧୮ ଲକ୍ଷ ଭାରତୀୟ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବନ୍ଦ କରାଯାଇଛି । ଏହା ପୂର୍ବରୁ ଫେବୃୟାରୀ ମାସରେ ୧୪ ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଥିଲା ଫେସବୁକ୍ । ମାର୍ଚ୍ଚ ମାସ ପାଇଁ ୧୮ ଲକ୍ଷ ୫ହଜାର ଭାରତୀୟଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇଛି ।
ମାର୍ଚ୍ଚ୧ରୁ ୩୧ ତାରିଖ ମଧ୍ୟରେ ଏହି ଆକାଉଣ୍ଟ ଗୁଡିକ ବ୍ଲକ୍ କରାଯାଇଥିବା ନେଇ ମେଟା ନିଜ ରିପୋର୍ଟରେ ଉଲ୍ଲେଖ କରିଛି । କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ଅନୁଯାୟୀ ହ୍ୱାଟ୍ସଆପ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବ୍ୟାନ କରାଯାଇଥିବା ଆକାଉଣ୍ଟ ମଧ୍ୟରୁ ୯୫ ପ୍ରତିଶତ ଆକାଉଣ୍ଟକୁ ଅନଧିକାର ଭାବରେ ଅଧିକ ମେସେଜ୍ ପଠାଇବା କାରଣରୁ ବନ୍ଦ କରାଯାଇଛି । ଏହାକୁ ସ୍ପାମ ଭାବରେ ଅଭିହିତ କରାଯିବା ପରେ ହ୍ୱାଟ୍ସଆପ୍ ଏହି ପଦକ୍ଷେପ ଗ୍ରହଣ କରିଛି ।