ପାଟ୍ରୋଲିଂ ସମୟରେ CRPF ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହିଦ

ଶ୍ରୀନଗର: ଶ୍ରୀନଗରରେ CRPF ର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ଏହି ଆକ୍ରମଣ ଲାବାପୋରା ଅଞ୍ଚଳରେ ହୋଇଛି। CRPF ପେଟ୍ରୋଲିଂ ପାର୍ଟି ଉପରେ ହୋଇଥିବା ଆକ୍ରମଣରେ ଦୁଇ ଜଣ ଯବାନ ଶହିଦ ହୋଇଛନ୍ତି। ଅନ୍ୟ ଦୁଇଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ସୈନିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଆକ୍ରମଣ ହୋଇଥିବା ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରି ରହିଛନ୍ତି। ସର୍ଚ୍ଚ ଅପରେସନ୍ ଜାରି ରହିଛି । ତେବେ ଆତଙ୍କବାଦୀମାନେ ଆକ୍ରମଣ ପରେ ସେହି ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଇଛି। ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ଏକ ସତର୍କ ସୂଚନା ଜାରି କରାଯାଇଛି।

ଗୁରୁବାର ଅପରାହ୍ନରେ ଲାବାପୋରା ଅଞ୍ଚଳରେ ଆତଙ୍କବାଦୀମାନେ CRPF ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣକୁ ନେଇ କାଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି ଯେ ଦୁଇ ଜଣ CRPF ଯବାନ ଏଥିରେ ସହିଦ ହୋଇଛନ୍ତି। ଆକ୍ରମଣ ପରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣ CRPF ର ୭୩ ବାଟାଲିୟନ ଉପରେ କରାଯାଇଛି। ଆତଙ୍କବାଦୀମାନେ ଶ୍ରୀନଗରର ଲାବାପୋରା ଅଞ୍ଚଳରେ ସୁରକ୍ଷା ବାହିନୀର ଗାଡି ଉପରେ ଆକ୍ରମଣ କରିଥିଲେ।

Leave A Reply

Your email address will not be published.