ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ

ମୁମ୍ୱାଇ: କରୋନା ସଂକ୍ରମିତ ହୋଇଛନ୍ତି କିମ୍ୱଦନ୍ତି କ୍ରିକେଟର  ସଚିନ୍ ତେନ୍ଦୁଲକର । ଏ ନେଇ ସେ ଟ୍ୱିଟ୍ ମାଧ୍ୟମରେ ସୂଚିତ କରିଛନ୍ତି । ସେ ଟ୍ୱିଟ୍‌ରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି ଯେ, ସମସ୍ତ ପ୍ରକାର ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସତ୍ତ୍ୱେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପରିବାର ଅନ୍ୟ ସଦସ୍ୟମାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ରହିଛି । ସେ ନିଜ ଘରେ ବର୍ତ୍ତମାନ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକ ସମସ୍ତ ନିୟମ ମାନିଚଳୁଛନ୍ତି । ଏଭଳି ସମୟରେ ସାରା ଦେଶରେ ତାଙ୍କୁ ଓ ଅନ୍ୟ ସମସ୍ତଙ୍କୁ ସହାୟତା କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ତେନ୍ଦୁଲକର । ଅପରପକ୍ଷରେ ତେନ୍ଦୁଲକର ପଜିଟିଭ ଚିହ୍ନଟ ହେବା ନେଇ ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟା ପ୍ରଶଂସକ ତାଙ୍କୁ ସୋସିଆଲ୍ ମିଡିଆ ଯୋଗେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.