‘ଭୟଭୀତ ହୁଅନ୍ତୁ ନାହିଁ , ସତର୍କ ରୁହନ୍ତୁ’: ତୃତୀୟ ଲହରକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବାର୍ତ୍ତା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ବଢୁଥିବା କୋଭିଡ ମାମଲାକୁ ନେଇ ରାଜ୍ୟବାସୀଙ୍କୁ ବିଶେଷ ସତର୍କ ରହିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟ ସରକାର କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ବେଡ୍‌ ମହଜୁଦ ରଖିଛନ୍ତି । ଏବେ ୧୦ ପ୍ରତିଶତ ବେଡରେ କୋଭିଡ ରୋଗୀ ରହିଥିବାବେଳେ ବାକି ୯୦ ପ୍ରତିଶତ ବେଡ ଖାଲି ରହିଥିବା କହିଛନ୍ତି ସୁରେଶ ମହାପାତ୍ର ।

ବର୍ତ୍ତମାନ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ରୁ ୧୧ ହଜାର ସଂକ୍ରମଣ ସଂଖ୍ୟା ରହୁଛି । ତେଣୁ ଏପରି ସ୍ଥିତିରେ ସମସ୍ତେ କୋଭିଡ ନିର୍ଦ୍ଦେଶନାମା ପାଳନ କରିବାକୁ ଅନୁରୋଧ କରିଛନ୍ତି । ତୃତୀୟ ପ୍ରବାହକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେଉଁମାନେ ଟିକାକରଣ ପକ୍ରିୟାରୁ ବଞ୍ଚିତ ଅଛନ୍ତି ଅଥବା ଦ୍ୱିତୀୟ ଡୋଜ ନେଇନଥିଲେ ଖୁବ ଜଲ୍‌ଦି ନେବା ଦରକାର । ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଓଡିଶାରେ ସଂକ୍ରମଣ ସଂଖ୍ୟା ବଢିଥିବାବେଳେ ରାଜ୍ୟ ସରକାର ମଧ୍ୟ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିଛନ୍ତି । ସମସ୍ତଙ୍କର ସହଯୋଗ ରହିଲେ କୋଭଡର ତୃତୀୟ ଲହରକୁ ମଧ୍ୟ ରାଜ୍ୟ ସରକାର ମୁକାବିଲା କରିବାରେ ସଫଳ ହେବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.