ଥାନା ସମ୍ମୁଖରେ ମହିଳାଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା । ଥାନା ସାମ୍ନାରେ ପଡିଛି ମହିଳାଙ୍କ ମୃତ ଦେହ । ମିଳିଥିବା ମୃତ ମହିଳା ଜଣକ ହେଉଛନ୍ତି ଲୋଇସିଂ ଗାଁର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର । ମହିଳା ଜଣକ ଥାନାକୁ ଆସୁଥିବା ବେଳେ ତାଙ୍କର ସମ୍ପର୍କୀୟ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମହିଳାଙ୍କ ସହ ଅଭିଯୁକ୍ତର କଳହ ଲାଗି ରହିଥିଲା । ଏନେଇ ଉକ୍ତ ମହିଳା ଜଣଙ୍କ ଥାନାକୁ ଅଭିଯୋଗ କରିବା ପାଇଁ ଆସୁଥିବାବେଳେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ହତ୍ୟା କରିଛି ।

ଖୋଦ ସୁରକ୍ଷା ବଳୟ ଅର୍ଥାତ ଥାନା ଆଗରେ ମହିଳାଙ୍କୁ ହତ୍ୟା କରିବା ପୋଲିସ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂଧ୍ୟା ସମୟରେ ଜନଗହଳୀ ପୂର୍ଣ୍ଣ ସ୍ଥାନ ତା ସାଙ୍ଗକୁ ଥାନା ସମ୍ମୁଖରେ ହତ୍ୟାକାଣ୍ଡ ଘଟିବା ଘଟଣାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.