୧୬ ବିଧାନସଭା ସହ ୩ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା । ତାଲିକାରେ ୧୬ ବିଧାନସଭା ଏବଂ ୩ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ରାଜ୍ୟର ବହୁଚର୍ଚ୍ଚିତ ଲୋକସଭା ଆସନ ସମ୍ବଲପୁର ପାଇଁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିଭଳି ଆସିକାରୁ ଦେବକାନ୍ତ ଶର୍ମା ନିର୍ବାଚନ ଲଢିବେ । ତେବେ ଏହାରି ଭିତରେ କେନ୍ଦୁଝର ଲୋକସଭା ପାଇଁ ପ୍ରାର୍ଥୀ ବଦଳାଇଛି ଦଳ । ଏଠାରେ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାୟକ ପ୍ରାର୍ଥୀ ହୋଇଛନ୍ତି ।

ସେପଟେ ୧୬ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିଛି ଦଳ ।ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦାରୁ ବିଭୂଭୂଷଣ ରାଉତ, କଣ୍ଟାମାଳରୁ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡ଼ାରୁ ସିପ୍ରା ମଲ୍ଲିକ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲି ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ କୁମାର ସାହୁ, ଖଣ୍ଡପଡ଼ାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମଣ୍ଡଳ ଏବଂ ଗୋପାଳପୁରରୁ ଶ୍ୟାମ ସୁନ୍ଦର ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

Leave A Reply

Your email address will not be published.