ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ

ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି ।

ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି ଆଉ ଦଳରେ ଏକତା କିମ୍ବା ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ । ଦଳର ନେତାଙ୍କୁ ଭେଟିବାର ସୁଯୋଗ ମିଳୁନି । ଏବେର ହୋହାଲ୍ଲା ଭିତରେ ଏକୁଟିଆ ଲାଗୁଛି ବୋଲି ଅଭିଯୋଗ କରି ଦଳ ଛାଡିଥିଲେ ଜ୍ୟୋତି ପାଣିଗ୍ରାହୀ । ତାଙ୍କ ସହ ତାଙ୍କ ସ୍ଵାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଦଳ ଛାଡିଥିଲେ ।

ଜ୍ୟୋତି ପାଣିଗ୍ରାହୀ ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ଡାକରାରେ ଅଧ୍ୟାପିକା ଚାକିରି ଛାଡି ଆସି ଲୋଇସିଂହା ନିର୍ବାଚନମଣ୍ଡଳିରେ ଜନତାଦଳର ବିଧାୟିକା ପ୍ରାର୍ଥିନୀ ହୋଇଥିଲେ । ପରେ ବିଜେଡିଦଳରେ ନବୀନ ପଟ୍ଟନାୟକଙ୍କ ସହିତ ଦଳୀୟ ପଦପଦବୀରେ ରହି ସଂଗଠନ କରିଥିଲେ । ଜ୍ୟୋତି ପାଣିଗ୍ରାହୀ ପୂର୍ବରୁ ଥରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମଧ୍ୟ ରହିଥିଲେ । ଏବେ ସେ ବିଜୁମହିଳା ଜନତାଦଳର ରାଜ୍ୟ ଉପସଭାପତି ରହିଥିଲେ । ସେ ଚଳିତ ୨୦୨୪ ନିର୍ବାଚନରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ । କିନ୍ତୁ ତାଙ୍କୁ ଦଳ ଟିକେଟ ଦେଇନଥିଲା ।

Leave A Reply

Your email address will not be published.