ବିରୋଧ ଲାଗି ଝୁଲିଲା ଭୁବନେଶ୍ୱର ମଧ୍ୟ, ଖୋର୍ଦ୍ଧା ଓ ବେଗୁନିଆ

ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୨୭ଟି ବିଧାନସଭାର ପ୍ରାର୍ଥୀ ତାଲିକା ରହିଛି । ହେଲେ ବିରୋଧ ହେଉଛି ଆସନରୁ ବିଜେଡି ପ୍ରାର୍ଥୀ ଘୋଷଣା କରିପାରୁନାହିଁ । ବିଶେଷ କରି ଭୁବନେଶ୍ୱର ମଧ୍ୟ, ଖୋର୍ଦ୍ଧା ଓ ବେଗୁନିଆ ଆସନରେ ଆଶାୟୀଙ୍କୁ ଘୋର ବିରୋଧ କରାଯାଉଥିବରୁ ଏଠାରୁ ପ୍ରାର୍ଥୀ ଘୋଷଣା କରିବା କଷ୍ଠକର ହୋଇପଡିଛି ।

ଭୁବନେଶ୍ୱର ମଧ୍ୟ ଆସନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ଘୋର ବିରୋଧ କରାଯାଉଛି । ଆଶାୟୀ ଥିବା ବାଇଁଆ, ରୁଦ୍ର ଘନଘନ ବୈଠକ ଓ ସମାବେଶ କରି ବୁନୁ ବିରୋଧରେ ବିଷ ଓଗାଳୁଛନ୍ତି । ଏଭଳି ପରିସ୍ଥିତିରେ ଦଳ କାହାକୁ ଟିକେଟ ଦେବ, ସେନେଇ ଚିନ୍ତା କରିବା ସହଜ ହେଉନାହିଁ । ବୁନୁ, ବାଇଁଆ ଓ ରୁଦ୍ରଙ୍କ ଛଡା ଦଳ ଅନ୍ୟ ଜଣଙ୍କୁ ଟିକେଟ ଦେଇ ଏହି ବିବାଦର ସମାଧାନ କରିବାକୁ ଚିନ୍ତା କରୁଛି । ମାତ୍ର ବୁନୁଙ୍କ ମୁଣ୍ଡ ଉପରେ ‘ମ୍ୟାଡାମ’ ହାତ ଥିବାରୁ ଦଳ ପାଇଁ ଏହା କାଠିକର ପାଠ ହେଉଛି । ତେଣୁ ଦେଖାଯାଉ ଦଳ ଏନେଇ କି ପ୍ରକାର ନିଷ୍ପତ୍ତି ନେଉଛି ।

ସେହିପରି ଖୋର୍ଦ୍ଧାରେ ରାଜେନ୍ଦ୍ର ସାହୁ, ଜିିତୁ ମିତ୍ର ମଧ୍ୟରେ ଟିକେଟକୁ ନେଇ ଟଣାଓଟଣା ଲାଗିଛି । ବେଗୁନିଆରେ ବିରୋଧର ଶୀକାର ହେଉଥିବା ରାଜୁ ସାହୁ ଏଥର ଖୋର୍ଦ୍ଧାରୁ ଲଢିବାକୁ ଏକ ପ୍ରକର ଜିଦ୍ ଧରିଛନ୍ତି । ସେହିପରି ଜିତୁ ମିତ୍ର ମଧ୍ୟ ନିଜ ଆସନ ଛାଡିବାକୁ ନାରାଜ । ଏପରି ସ୍ଥିତିରେ ଦଳ ତୃତୀୟ ବ୍ୟକ୍ତି ଭାବେ ତୃତୀୟ ବ୍ୟକ୍ତିଙ୍କୁ ଟିକେଟ ନେଇ ମାମଲାର ସମାଧାନ କରିବାକୁ ଚିନ୍ତା କରୁଛି । ଯଦି ବାସନ୍ତୀଙ୍କୁ ଟିକେଟ ମିଳେ, ତେବେ ଦୁଇ ଅସନ୍ତୁଷ୍ଟଙ୍କୁ କେଉଁଠି ଥଇଥାନ କରାଯିବ? ଏହାକୁ ନେଇ ଦଳ ବଚାର ବିମର୍ଶ କରୁଥିବା ବେଳେ ଖୁବଶୀଘ୍ର ପ୍ରାର୍ଥୀ ଚୟନ କରାଯିବ ବୋଲି ଜଣାପଡିଛି ।

ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ବଡ ସମସ୍ୟା ଭାବେ ବେଗୁନିଆ ଆସନ ଉଭା ହୋଇଛି । ଲୋକେ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଘୋର ବିରୋଧ କରୁଛନ୍ତି । ଏଥିସହିତ ସ୍ଥାନୀୟ ନେତାଙ୍କୁ ଟିକେଟ ଦେବାକୁ ଲୋକେ ଅଡି ବସିଛନ୍ତି । ସ୍ଥାନୀୟ ନେତା ଭାବେ ପ୍ରଦୀପ ସାହୁ ଓ ପ୍ରବୋଧ ଦାଶଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ପ୍ରଦୀପଙ୍କୁ ମଧ୍ୟ ତୃଣମୂଳସ୍ତରରେ ବିଜେଡି କର୍ମୀ ଗ୍ରହଣ କରୁନାହନ୍ତି । ତେଣୁ ଦଳ ପ୍ରଦୀପ ଓ ରାଜୁଙ୍କ ମଧ୍ୟରୁ କାହାକୁ ଟିକେଟ ଦେଇ ରିସ୍କ ନେବ କି ନାହିଁ, ତାହା ଉପରେ ତର୍ଜମା କରୁଛି । ଏହି ଦୁଇ ନେତାଙ୍କୁ ଦଳ ସନ୍ତୁଷ୍ଟ କରି ତୃତୀୟ ବ୍ୟକ୍ତି ଭାବେ ପ୍ରବୋଧଙ୍କୁ ଟିକେଟ ଦେଇ ଦଳ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚିନ୍ତା କରୁଛି । ତେବେ ଦେଖାଯାଉ ଦଳ ଏହି ବିବାଦୀୟ ଆସନରୁ କାହାକୁ ସନ୍ତୁଷ୍ଟ କରୁଛି ।

Leave A Reply

Your email address will not be published.