ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଲେ ସୋନାଲି ସାହୁ

କଂଗ୍ରେସର ନୀତି ଓ ଆଦର୍ଶ ଉପରେ ଆସ୍ଥା ପ୍ରକଟ୍ଟ କରି ପଦ୍ମ ଛାଡ଼ି ହାତ ଧରିଲେ ମହିଳା ନେତ୍ରୀ ସୋନାଲି ସାହୁ । ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଓ ଭାରତ ଯୋଡ଼ ନ୍ୟାୟ ଯାତ୍ରାବେଳେ ଅନୁପ୍ରାଣିତ ହୋଇ ଶ୍ରୀମତୀ ସାହୁ ବିଧିବଦ୍ଧ ଭାବରେ ପଦ୍ମ ଛାଡ଼ି ହାତ ଧରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କର ନେତୃତ୍ୱ ଉପରେ ଭରସା କରି ଶ୍ରୀମତୀ ସାହୁ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଦୀର୍ଘ ଦିନର ରାଜନୀତିରେ ଅଭିଜ୍ଞତା ଥିବା ଶ୍ରୀମତୀ ସାହୁ ବିଜେପିର ମୁଖପାତ୍ର ଭାବେ କାମ କରୁଥିଲେ । କଂଗ୍ରେସରେ ଯୋଗ ଦେବା ପରେ ଶ୍ରୀମତୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେପି ଏକ ଅସହିଷ୍ଣୁମାନଙ୍କର ଦଳ । ତମାମ ଦେଶରେ ବିଜେପି ଯେପରି ଭାବେ ପ୍ରତିହିଂସାର ରାଜନୀତି କରୁଛି ତାହା ଗଣତନ୍ତ୍ର ପାଇଁ ବିପଦ । ଦେଶରେ ମହିଳା, କୃଷକ ଓ ଯୁବବର୍ଗଙ୍କୁ ପ୍ରତାରିତ କରିଛନ୍ତି ମୋଦୀ ସରକାର । ଏ ସବୁ ଅବଗତ ହେବା ପରେ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶ୍ରୀମତୀ ସାହୁ କହିଛନ୍ତି ।

ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନଠାରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବରେ ଶ୍ରୀମତୀ ସାହୁ ଦଳରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦଳର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଶ୍ରୀମତୀ ସାହୁଙ୍କୁ ସ୍ୱାଗତ କରିଥିବାବେଳେ ସେ କହିଥିଲେ ଯେ ଶ୍ରୀମତୀ ସାହୁ ଦଳରେ ଯୋଗଦାନ କରିବା ପରେ ଦଳ ଅଧିକ ସଶକ୍ତ ଓ ସକ୍ରୀୟ ହେବ । ତାଙ୍କର ରାଜନୈତିକ ଅନୁଭବ ନିଶ୍ଚିତ ଭାବେ ଦଳ ପାଇଁ ଉପଯୋଗୀ ହେବ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ସି.ସିସି ମେଡ଼ିଆ ପ୍ରଭାରୀ- ବବିତା ଶର୍ମା, ଉପସଭାପତି-ସନତ ଦାସ, ସାମାଜିକ ଗଣମାଧ୍ୟମ ପ୍ରଭାରୀ-ଡ. ସୁମିତ୍ ଦୁବେ, ଲଲାଟେନ୍ଦୁ ଶତପଥି, ସାଧାରଣ ସମ୍ପାଦକ-ପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.