ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ । ଅସହ୍ୟ ଖରାରେ ଶ୍ରମିକଙ୍କୁ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି । ନିର୍ଦ୍ଦେଶ ଅବମାନନା ହେଲେ ସମ୍ପକ୍ତ ଅଧିକାରୀ ଦାୟୀ ରହିବେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଏସଆରସି ।

ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଜିକୁ ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ୪୧.୪ ଡ଼ିଗ୍ରୀ ସହ ବାରିପଦା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡା ରେ ୪୧.୨ ଡ଼ିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ସହର ପାଲଟିଛି । ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ଗହଳି ସ୍ଥାନରୁ ଦୂରେଇ ରହିବାକୁ ପାଣି ପାଗ କେନ୍ଦ୍ର ସତର୍କ କରାଇଛି । ଖରାର ପିକ ଆଓ୍ବାର ଦିନ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ଗର୍ଭବତୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ଓ ଥଣ୍ଡାଜାତୀୟ ଖାଦ୍ୟ ସେବନ କରିବାକୁ କହିଛି ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.