ଏଣିକି ୮୪୦ଟଙ୍କାରେ ମିଳିବ ଭାରତ ବାୟୋଟେକ୍ ନାଜାଲ ଭ୍ୟାକ୍ସିନ

ଭାରତ ବାୟୋଟେକ୍ ନାଜାଲ ଭ୍ୟାକ୍ସିନର ଦାମ୍ ସର୍ବସାଧାରଣ କରିଛି । ଇନକୋଭାକ୍ ନାଜାଲ୍ ଭ୍ୟାକ୍ସିନର ଦମ୍ ୮ଶହ ଟଙ୍କା ସହିତ ୫ ପ୍ରତିଶତ ଜିଏସଟି ରହିଛି । କୋଭିଡ୍ ସେଣ୍ଟରରେ ଏହି ଟିକା ୮୪୦ଟଙ୍କାରେ ମିଳିବ । ଗତ ୬ ତାରିଖରେ ଇନକୋଭାକ୍‌ ଭ୍ୟାକ୍ସିନକୁ ଭାରତ ସରକାର ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲେ ।

ଭାରତ ବାୟୋକେଟ୍ ଦ୍ବାରା ପ୍ରସ୍ତୁତ ହୋଇଛି ଏହି କୋଭିଡ୍ ଟିକା । ବଜାରରେ ଏହି ମେଡିସିନ୍ ୧ହଜାର ଟଙ୍କାରେ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କରୋନା କେନ୍ଦ୍ର ମାନଙ୍କରେ ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ ।

ଗତ କିଛି ଦିନ ପୂର୍ବରୁ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜୁରୀ ଦେଇଥିଲା । ଇନକୋଭାକକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ଅନୁମତି ମିଳିଥିବାବେଳେ ଏହାର ଦୁଇ ବୁନ୍ଦା କରୋନା ପାଇଁ ବେଶ୍ ଉପଯୋଗୀ । ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ମେଡିସିନ୍ ଦିଆଯିବ ।

ବର୍ତ୍ତମାନ ଭାରତ ବାୟୋଟେକ୍‌ର କୋଭାକ୍ସିନ୍, ସିରମ୍ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡ ଓ କୋଭାବେକ୍ସ, ଋଷ ସ୍ପୁଟନିକ୍ ଭି ଏବଂ ବାୟୋଲୋଜିକାଲ୍ ଈ ଲିମିଟେଡର କାବେଓ୍ବକ୍ସର ଭ୍ୟାକ୍ସନ କୋଭିଡ୍ ସେଣ୍ଟରରେ ଉପଲବ୍ଧ ରହିଛି । ଭାରତ ବାୟୋଟେକ୍ ଡିସେମ୍ବର ୬ ତାରିଖରେ ଇଣ୍ଟ୍ରନଜେଲ କୋଭିଡ-୧୯ ଭ୍ୟାକ୍ସନ୍ ଇନକୋଭାକ୍ ମଞ୍ଜୁରୀ ମିଳିଥିବା ଘୋଷଣା କରିଥିଲା ।

Leave A Reply

Your email address will not be published.