ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି, ମେ 19ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା 24ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଆଣ୍ଡାମାନ ନିକୋବର ଦ୍ବିପପୁଞ୍ଜ ଏବଂ ଏହାର ଆଖପାଖ ଅଞ୍ଚଳ ଛୁଇଁବ। ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।  ପରେ ଏହା ସକ୍ରିୟ ହୋଇ କେରଳ ମୁହାଁ ହେବ ବୋଲି ଜଣାପଡିଛି। ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। 43.2 ଡିଗ୍ରୀ ସହ ଟିଟିଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ 11ଟି ସହରର ତାପମାତ୍ରା 40ଡିଗ୍ରୀ ଉପରେ ରହିଛି।

Leave A Reply

Your email address will not be published.