ପୁରୀରେ ପହଞ୍ଚିଲା ରଥକାଠ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଯେଉଁଥିପାଇଁ ଆଜି ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି। ଏଥିରେ ସମୁଦାୟ ୧୭ ଖଣ୍ଡ ଅସନ ଓ ଧଉରା କାଠ ରହିଛି।

ରଥଯାତ୍ରା ପାଇଁ ଚଳିତ ବର୍ଷ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି । ତେବେ ୭୯୬ ଖଣ୍ଡରୁ ମୋଟ ୭୯ ଖଣ୍ଡ କାଠ ବର୍ତମାନ ସୁଦ୍ଧା ପୁରୀରେ ପହଂଚିଥିବା ବେଳେ ବଳକା ୭୧୭ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇଥିଲେ ବି ସେଠାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳି ନଥିଲା । କରୋନା କଟକଣା କାରଣରୁ କେବଳ ସେବାୟତ, ପୂଜକ ଓ ପୋଲିସ ମାନେ ହିଁ ମହାପ୍ରଭୁଙ୍କ ରଥକୁ ଦର୍ଶନର ସୁଯୋଗ ପାଇଥିଲେ । ଏମିତି କି ପୁରୀ ବାସୀଙ୍କୁ ମଧ୍ୟ ରଥ ନିକଟକୁ ଯିବାର ସୁଯୋଗ ଦିଆଯାଇ ନଥିଲା ।

Leave A Reply

Your email address will not be published.