ଅଭାବନୀୟ ଦୃଶ୍ୟ : ମାଆ ମୃତଦେହ ପାଖରେ ଶିଶୁକନ୍ୟା ୩ ଦିନ ହେଲା ବସିଛି

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଯାହା ଦେଖି ସମସ୍ତଙ୍କ ଆଖି ଲୁହରେ ଭିଜିଯାଇଛି । ଏହି ଅଭାବନୀୟ ଘଯଣା ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି । ଏକ ୩ ବର୍ଷର ଶିଶୁକନ୍ୟା ମାଆର ମୃତ୍ୟୁ ପରେ ତା ପାଖରେ ୩ ଦିନ ହେଲା ବସି ରହିଛି । ଯିଏ ଏ ହୃଦୟ ବିଦାରକ ଦୃଶ୍ୟ ଦେଖୁଛି ଆଖି ଛଳଛଳ ହୋଇଯାଉଛି ।

ଘଟଣାଟି ଘଟିଛି ବଲାଙ୍ଗୀର ସାଗରପଡ଼ାର ଶିବ ମନ୍ଦିର ନିକଟରେ । ଏଠାରେ ରହୁଥିବା ଜଣେ ମହିଳାଙ୍କୁ ସାହି ପଡିଶା ୩ ଦିନ ହେଲା ଦେଖିବାକୁ ପାଇ ନଥିଲେ । ଆଜି ମହିଳାଙ୍କ ଶୁଶୁକନ୍ୟା ଆସି ପାଖ ପଡୋଶୀଙ୍କୁ ଡାକି ଥିଲେ । ପଡୋଶୀ ଯାଇ ଦେଖିବା ପରେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩ ଦିନ ହେଲା ମହିଳାଙ୍କ ମୃତ୍ୟୁ ଘଟି ସାରିଥିଲେ ବି ପାଖ ପଡୋଶୀ ଏ ସମ୍ପର୍କରେ ଜାଣି ପାରି ନଥିଲେ । ପିଲାଟି ମଧ୍ୟ ମାଆର ମୃତଦେହ ସହ ୩ ଦିନ ହେଲା ଘରେ ରହୁଥିଲେ । ଘଟଣା ଜଣାପଡ଼ିବା ପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.