ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ସ୍ତ୍ରୀ ସହ ଦୁଷ୍କର୍ମ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁଣି ଏକ ମାନବିକ ବର୍ବରତା ଘଟଣା ସାମନାକୁ ଆସିଛି । ଦୁର୍ବୃତ୍ତମାନେ ଘରେ ପଶି ସ୍ୱାମୀଙ୍କୁ ମାଡ ମାରିବା ସହ ସ୍ୱାମୀ ସମନାରେ ସ୍ତ୍ରକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ମାନେ ଘରେ ପଶି ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ କରିବା ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଜୟପୁର ମହିଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ରାତିରେ ୨ ଜଣ ଦୁର୍ବୃତ୍ତ ବ୍ରାହ୍ମଣୀ ଗାଁରେ ଜୈନିକ ବ୍ୟକ୍ତିଙ୍କ ଘରେ ପଶିଥିଲେ । ଦମ୍ପତିଙ୍କୁ ମାରଧର କରିବା ସହ ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ସ୍ତ୍ରୀ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏନେଇ ପୀଡ଼ିତାଙ୍କ ସ୍ୱାମୀ ଜୟପୁର ମହିଳା ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ଦଣ୍ଡ ଦେବାକୁ ପୀଡ଼ିତାଙ୍କ ସ୍ୱାମୀ ଦାବି କରିଥିବା ବେଳେ ଦୁଷ୍କର୍ମକାରୀଙ୍କୁ ଫାଶୀ ନହେଲେ ସପରିବାର ଆତ୍ମହତ୍ୟା କରିବେ କହିଛନ୍ତି ପୀଡ଼ିତା । ଏତଲା କ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇ ଅଭିଯୋଗର ତଦନ୍ତ କରାଯାଉଥିବା କହିଛନ୍ତି ଏସଡିପିଓ । ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି ।

ଏବେ ତଦନ୍ତ ପ୍ରାଥମିକ ସ୍ତରରେ ଥିବାରୁ ସବିଶେଷ ସୂଚନା ଦେବାକୁ ମନା କରି ଦେଇଛନ୍ତି ଏସଡିପିଓ । ମାଲା ସମ୍ବେଦନଶୀଳ ହୋଇ ଥିବାରୁ ପୋଲିସ ସତର୍କତାର ସହ ପଦକ୍ଷେପ ନେଉଛି ଓ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି । ତେବେ ଏହି ମାମଲାରେ ପୀଡ଼ିତା ଅଭିଯୁକ୍ତଙ୍କ ପରିଚୟ ଓ ଠିକଣା ଦର୍ଶାଇଥିବାରୁ ପୋଲିସକୁ ତଦନ୍ତରେ ସହାୟକ ହେବ ।

Leave A Reply

Your email address will not be published.