ଅଯୋଧ୍ୟାରେ ରାମଲାଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ

ରାମଲାଲାଙ୍କ ହେଲା ସୂର୍ଯ୍ୟତିଳକ । ରାମ ନବମୀ ଅବସରରେ ଅଯୋଧ୍ୟାରେ ଏହି ମହାନ ପରମ୍ପରା ଅନୁଷ୍ଠିତ ହୋଇଛି । ଇଶ୍ୱରୀୟ ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଭିଡ ଜମିଥିଲା । ମନ୍ଦିରରେ ରାମଲାଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ। ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲାଲା । ଏହି ସମୟରେ ମନ୍ଦିର ଭିତରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ ।

ବିଶ୍ୱାସ ଏବଂ ବିଜ୍ଞାନର ମିଳନରେ ରାମଲାଲାଙ୍କ ସୂର୍ଯ୍ୟାଭିଷେକ କରାଯାଇଛି । ଏହି ସମୟରେ ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିଥିଲା ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ୫୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀ ରାମଙ୍କ ସୂର୍ଯ୍ୟାଭିଷେକ ହୋଇଛି। ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।

Leave A Reply

Your email address will not be published.