ଘୋଷଣା ହେଲା ୨୦୨୩ ୟୁପିଏସସି ପରୀକ୍ଷା ରେଜଲ୍ଟ, ଦ୍ଵିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ

ଘୋଷଣା ହେଲା ୟୁନିୟନ ପବ୍ଲିକ ସର୍ଭିସ ଦ୍ବାରା ପରିଚାଳିଚ ସିଭିଲ ସର୍ଭିସ ପରୀକ୍ଷା ୨୦୨୩ର ଫଳ। ଏଥିରେ ନିଯୁକ୍ତି ପାଇଁ ମୋଟ ୧,୦୧୬ ଜଣ ପ୍ରାର୍ଥୀଙ୍କୁ ମନୋନୟନ କରାଯାଇଛି।

ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି।

ଜାଣନ୍ତୁ ପ୍ରଥମ ୨୦ ତାଲିକା…

ଆଦିତ୍ୟ ଶ୍ରୀବାସ୍ତବ

ଅନିମେଶ ପ୍ରଧାନ

ଡୋନୁରୁ ଅନନ୍ୟା ରେଡ୍ଡୀ

ପି କେ ସିଦ୍ଧାର୍ଥ ରାମକୁମାର

ରୁହାନୀ

ଶ୍ରୀଷ୍ଟି ଦବାସ୍

ଅନମୋଲ ରାଠୋର

ଆଶିଷ କୁମାର

ନାଉସିନ୍

ଔଶ୍ବର୍ଯ୍ୟାମ ପ୍ରଜାପତି

କୁଶ ମୋଟୱାନୀ

ଅନିକେଟ୍ ଶାଣ୍ଡିଲିଆ

ମେଧା ଆନନ୍ଦ

ଶାର୍ଯ୍ୟ ଆରୋରା

କୁନାଲ ରାସ୍ତୋଗୀ

ଆୟାନ୍ ଜୈନ୍

ସ୍ବାତୀ ଶର୍ମା

ୱାର୍ଦ୍ଧା ଖାନ୍

ଶିବମ କୁମାର

ଆକାଶ ବର୍ମା

UPSC ଦ୍ବାରା ପରିଚାଳିତ ସିଭିଲ୍ ସର୍ଭିସେସ୍ ପରୀକ୍ଷା ସେପ୍ଟେମ୍ବର ୨୦୨୩ ରେ ହୋଇଥିଲା। ୨୦୨୩ ର ଲିଖିତ ଅଂଶର ଫଳାଫଳ ଏବଂ ଜାନୁଆରୀରୁ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ବ୍ୟକ୍ତିଗତ ପରୀକ୍ଷା ପାଇଁ ପରବର୍ତ୍ତୀ ସାକ୍ଷାତକାର ଉପରେ ଆଧାର କରି ମେରିଟ୍ ତାଲିକା ପ୍ରକାଶ ପାଇଛି।

ଏହି ତାଲିକାରେ ସୁପାରିଶ କରାଯାଇଥିବା ପ୍ରାର୍ଥୀ (୧) ଭାରତୀୟ ପ୍ରଶାସନିକ ସେବା (୨) ଭାରତୀୟ ବୈଦେଶିକ ସେବା; (୩) ଭାରତୀୟ ପୋଲିସ ସେବା ଏବଂ (୪) କେନ୍ଦ୍ରୀୟ ସେବା ଗ୍ରୁପ ଏ ଗ୍ରୁପ ବି ରେ ନିଯୁକ୍ତି ପାଇବେ।

Leave A Reply

Your email address will not be published.