ସମୁଦ୍ରରେ ବୋଟ୍ ବୁଡ଼ି ୯୧ ଜଣଙ୍କ ମୃତ୍ୟୁ

ସମୁଦ୍ରରେ ବୋଟ୍ ବୁଡ଼ି ୯୧ ଜଣଙ୍କ ମୃତ୍ୟୁ । ମୋଜାମ୍ବିକ ଉପକୂଳରେ ଘଟିଛି ଏହି ଦୁର୍ଘଟଣା । ଏହି ଯାତ୍ରୀବାହୀ ବୋଟରେ ୧୩୦ ଜଣ ଯାତ୍ରୀ ଥିଲେ । ନାମପୁଲା ଅଞ୍ଚଳରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବୋଟଟି ଭାରସାମ୍ୟ ହରାଇ ବୁଡ଼ିଯିବା ଫଳରେ ୯୧ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ମୋଜାମ୍ବିକରେ ଏବେ ହଇଜା ବ୍ୟାପିଛି । ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ତେଣୁ ଲୋକେ ଭୟରେ ନିଜ ଅଞ୍ଚଳ ଛାଡ଼ି ଚାଲି ଯାଉଛନ୍ତି । ଏଭଳି ଭାବେ ଡଙ୍ଗାରେ ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.