ଗାଧୋଉଥିବାବେଳେ ଆକ୍ରମଣ, ପାଣିରେ ବୁଡ଼ି ୫ ମୃତ

ଯମୁନାନଗର : ଗାଧୋଉଥିବାବେଳ ହେଲା ଆକ୍ରମଣ । ପାଣିରେ ବୁଡ଼ି ଯାଇ ୫ ଜଣଙ୍କ ହୋଇଛି ମୃତ୍ୟୁ । ହରିୟାଣାର ଯମୁନାନଗରରେ ଦେଖିବାକୁ ମିଳିଛି ଏହି ହୃଦୟ ବିଦାରକ ଦୃଶ୍ୟ ।

ସୂଚନା ଅନୁସାରେ, ଯମୁନା ନଦୀରେ ଗାଧୋଉଥିବା ବେଳେ୧୦ ଯୁବକଙ୍କ ଉପରେ ଅନ୍ୟ ଗୋଷ୍ଠୀର ଲୋକମାନେ ଆକ୍ରମଣ କରିଥିଲେ । ଗାଧୋଉଥିବା ଯୁବକଙ୍କ ଉପରେ ଇଟା-ପଥରରେ ଆକ୍ରମଣ କରିଥିଲେ। ଆଉ ନିଜ ଜୀବନ ବଞ୍ଚାଇବାକୁ ୫ ଜଣ ଅଧିକ ଗଭୀର ପାଣିରେ ପଶିଥିଲେ । ଖବର ପାଇ ପୋଲିସ ପହଞ୍ଚି ନିଖୋଜ ଯୁବକଙ୍କ ସନ୍ଧାନ ଆରମ୍ଭ କରିଥିଲା । ଏହି ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ୨ ବର୍ଷ ପୂର୍ବେ ଅନ୍ୟ ଗୋଷ୍ଠୀର ଲୋକଙ୍କ ସହ ଏମାନଙ୍କର ଝଗଡ଼ା ହୋଇଥିଲା ।

Leave A Reply

Your email address will not be published.