ଏନସିପି ମୁଖ୍ୟ ଶରଦ ପାୱାର ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ହସ୍ପିଟାଲରେ ଏନସିପି ମୁଖ୍ୟ ଶରଦ ପାୱାର । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରୀକ୍ଷା ପରେ ତାଙ୍କ ଗଲ ବ୍ଲାଡରରେ ସମସ୍ୟା ଥିବା ଜଣାପଡ଼ିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଆସନ୍ତା ୩୧ ତାରିଖରେ ତାଙ୍କର ଏଣ୍ଡୋସ୍କୋପି ଏବଂ ଅସ୍ତ୍ରୋପଚାର କରାଯିବ । ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ପାୱାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ୍ କରାଯାଇଥିବା ସୂଚନା ଦିଆଯାଇଛି । ଏ ନେଇ ଦଳର ପ୍ରବକ୍ତା ନୱାବ ମଲ୍ଲିକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.