ଓମିକ୍ରନ ଆତଙ୍କ :ନେଦରଲାଣ୍ଡ ଲକଡାଉନ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ବିଶ୍ୱ ଏବେ ଚିନ୍ତିତ । ଏହା ଗୋଟିଏ ଦେଶରୁ ଆଉ ଏକ ଦେଶକୁ ବ୍ୟାପିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ନେଦରଲାଣ୍ଡରେ କୋଭିଡ ସଂକ୍ରମଣ ବୃଦ୍ଧି ପରେ ଜାରି ହୋଇଛି ଲକଡାଉନ । ଜାନୁଆରୀ ୧୪ ପର୍ଯ୍ୟନ୍ତ ସମସ୍ତ ଦୋକାନ, ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ଟେ । କୌଣସି ସ୍ଥାନରେ ପାଳନ ହୋଇ ପାରିବନି ଖ୍ରୀଷ୍ଟମାସ ସେଲିବ୍ରେସନ । ସେପଟେ ସ୍ଥିତି ଅତି ଜଟିଳ ହୋଇଥିବାରୁ ଏକ ବଡ ବିପଦର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘ । ରାଷ୍ଟ୍ରସଂଘ ମୁଖ୍ୟ ଉର୍ସୁଲା ଲେୟେନ କହିଛନ୍ତି, ଜାନୁଆରୀ ମଧ୍ୟଭାଗ ସୁଦ୍ଧା ସମସ୍ତ ୨୭ଟି ଯାକ ସଦସ୍ୟ ରାଷ୍ଟ୍ରରେ ଆତଙ୍କ ରଚିପାରେ ଓମିକ୍ରନ୍‌ ।

Leave A Reply

Your email address will not be published.