ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଳଲାଇନ ଉଡାଇଦେଲେ

ଝାଡ଼ଖଣ୍ଡ: ପୁଣି ମାଓବାଦୀଙ୍କ ଉନ୍ମତକାଣ୍ଡ । ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଉଡାଇ ଦେଲେ ରେଳ ଲାଇନ । ଝାଡ଼ଖଣ୍ଡର ଲୋଟାପାହଡ ଓ ସୋନୁଆ ରେଲୱେ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନ ଉଡାଇଲେ ମାଓବାଦୀ । ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଲୱେ ଲାଇନ ଉଡାଇଲେ ମାଓବାଦୀ । ଗତ ମଧ୍ୟ ରାତି ୨ଟାରେ ହାୱଡା ମୁମ୍ବାଇ ଅପ ଓ ଡାଉନ ରେଲୱେ ଲାଇନ ଉଡାଇ ଦେଇଛନ୍ତି । ଫଳରେ ହାୱଡା ମୁମ୍ବାଇ ରୁଟରେ ସାଢେ ୬ ଘଂଟା ରେଳ ଚଳାଚଳ ବ୍ୟାହତ ହୋଇଛି । ସକାଳ ସାଢେ ୬ଟାରୁ ତୃତୀୟ ଲାଇନରେ ରେଳ ଚଳାଚଳ ଆରମ୍ଭ ହୋଇଛି । ରେଲୱେର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ମାଓବାଦୀଙ୍କ ଭାରତ ବନ୍ଦ ଡାକରା ସମୟରେ ରେଳଲାଇନ ଉଡାଇଥିବା ସନ୍ଦେହ କରାଯାଉଛି । ଚକ୍ରଧରପୁର ରେଲୱେ ଡ଼ିଭିଜନର ସିନିଅର ଊଉଗ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.