କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସ୍.ଏଲ୍.‌ ଧର୍ମେଗୌଡ଼ାଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର

ବାଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସ୍.ଏଲ୍.‌ ଧର୍ମେଗୌଡ଼ାଙ୍କ ମୃତଦେହ ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ମଧ୍ୟ କର୍ଣ୍ଣାଟକର ପାହାଡିଆ ଅଞ୍ଚଳ ଚିକମଗଲୁସ୍ଥିତ ତାଙ୍କ ଘର ନିକଟରେ ଥିବା ଏକ ରେଳଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଧର୍ମେଗୌଡ଼ାଙ୍କ ମୃତଦେହ ମିଳିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍‌ ବି ମିଳିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗତ ଡିସେମ୍ବର ୧୫ତାରିଖରେ କଂଗ୍ରେସ ନେତା ଧର୍ମେଗୌଡ଼ାଙ୍କୁ ଦୁର୍ବ୍ୟବହାର କରିବା ନେଇ ଚର୍ଚ୍ଚା ହୋଇଥିଲା । ଏଯାବତ୍ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ତେବେ ଧର୍ମେଗୌଡ଼ାଙ୍କ ଦେହାନ୍ତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ସମେତ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.