ବ୍ରଜରାଜନଗର ଉପନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ବ୍ରଜରାଜନଗର: ରାଜ୍ୟ ବିଜେପି ପକ୍ଷରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ଏହି ଲିଷ୍ଟରେ ୫ରୁ ଅଧିକ କେନ୍ଦ୍ରମନ୍ତ୍ରୀ ସାମିଲ ଥିବାବେଳେ ରାଧାରାଣୀ ପଣ୍ଡାଙ୍କ ପାଇଁ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତା ପ୍ରଚାର କରିବେ ବୋଲି ଜଣାପଡିଛି । ବିଜେପି ଏହି ୪୦ ଜଣିଆ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପୀୟୁଷ ଗୋଏଲ, ଅଶ୍ୱିନୀ ବୈଷ୍ଣବଙ୍କ ଭଳି ନେତାଙ୍କ ନାଁ ରହିଛି ।

ଯେଉଁମାନେ ବ୍ରଜରାଜନଗର ଉପ ନିର୍ବାଚନରରେ ପାଇଁ ପ୍ରଚାର କରିବେ । ଲିଷ୍ଟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପ୍ରଭାରୀ ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓଙ୍କ ନାଁ ରହିଛି । ତା ସହିତ ରାଜ୍ୟ ବିଜେପିର ଏକାଧିକ ବିଧାୟକଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ।

Leave A Reply

Your email address will not be published.