ଓଡ଼ିଶାକୁ ଉତ୍କର୍ଷ ପୁରସ୍କାର

ପେପରଲେସ୍ କାର୍ଯ୍ୟ ପାଇଁ ଓଡ଼ିଶା ବିଧାନସଭା ଦେଶରେ ଏକ ନମ୍ବର

ଭୁବନେଶ୍ୱର : ପେପରଲେସ୍ କାର୍ଯ୍ୟ କରିବାରେ ଓଡ଼ିଶା ବିଧାନସଭା ଦେଶରେ ପ୍ରଥମ । ଏଥିପାଇଁ କେନ୍ଦ୍ର ସରକାର ଚଳିତ ମାସରେ ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁ ଥିବା ଏକ ବିଶେଷ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଉତ୍କର୍ଷ ପୁରସ୍କାର ପ୍ରଦାନ କରିବେ ବୋଲି ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ଅନ୍ୟ ଦୁଇଜଣ ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିବାପାଇଁ ପ୍ରୟାଗରାଜ ଯିବେ । ଓଡ଼ିଶା ଏକମାତ୍ର ରାଜ୍ୟଭାବେ କେନ୍ଦ୍ର ଠାରୁ ଏଭଳି ଉତ୍କର୍ଷ ପୁରସ୍କାର ପାଇବାକୁ ଯାଉଥିବା ବାଚସ୍ପତି ଜଣାଇଛନ୍ତି । ପ୍ରକାଶ ଯେ ଗତବର୍ଷ ବଜେଟ୍ ଅଧିବେଶନ ବେଳୁ ରାଜ୍ୟ ବିଧାନସଭାକୁ ସମ୍ପୂର୍ଣ୍ଣରୂପେ ପେପରଲେସ୍ କରାଯାଇଛି । ଏଥିପାଇଁ ୨୦୨୦ ନଭେମ୍ବର ୬ ତାରିଖରୁ ଓକାକ୍ ପକ୍ଷରୁ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଥିଲା ।

କେନ୍ଦ୍ରରୁ ମଧ୍ୟ ଏକ ଟିମ୍ ଟ୍ରେନିଂ ଦେବାପାଇଁ ଆସିଥିଲେ । ବିଧାନସଭା ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବଙ୍କ ସମେତ ବିଧାନସଭା ଆକାଉଣ୍ଟସ୍ ବିଭାଗ, ଅଫିସ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍‌, ସାଧାରଣ ଓ ଆନୁଷଙ୍ଗିକ ବିଭାଗରେ କାର୍ଯ୍ୟରତ ଏଏସ୍‌ଓ, ଏସ୍‌ଓ, ଡେସ୍କ୍ ଅଫିସରଙ୍କୁ ଏହି ଟ୍ରେନିଂ ପ୍ରଦାନ କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ମୋଟ୍ ୮ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଗତବର୍ଷ ବିଧାନସଭାର ସିଏଜି ରିପୋର୍ଟି, ଅର୍ଥନୈତିକ ସର୍ଭେ ରିପୋଟ,ର୍ ବଜେଟ୍‌, ତାରକା ଓ ଅଣତାରକା ପ୍ରଶ୍ନ ମଧ୍ୟ ପ୍ରଥମ କରି ଅନ୍‌ଲାଇନରେ ନେଭା ଆପ୍ ଜରିଆରେ ଆସିଥିଲା ।

Leave A Reply

Your email address will not be published.