ଆଇପିଏଲ୍-୧୫: ରାଜସ୍ଥାନ ରୟାଲ୍ସକୁ ୪ ୱିକେଟ୍ରେ ପରାସ୍ତ କଲା ଚାଲେଞ୍ଜର୍ସ ବାଙ୍ଗାଲୋର୍

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ମଙ୍ଗଳବାର ତ୍ରୟୋଦଶ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ୪ ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିବାକୁ ଆହ୍ୱାନ ପାଇବା ପରେ ରାଜସ୍ଥାନ ୩ ୱିକେଟ୍ ବିନିମୟରେ ୧୬୯ ରନ୍ କରିଥିଲା । ଏହାର ଜବାବରେ ୪୯.୧ ଓଭର୍‌ରେ ୬ଟି ୱିକେଟ୍ ହରାଇ ୧୭୩ ରନ୍ କରି ପ୍ରତିଯୋଗିତାରେ ବାଙ୍ଗାଲୋର୍ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି । ଏଥିସହ ବାଙ୍ଗାଲୋର୍ ପଏଣ୍ଟ୍ ଟେବଲ୍‌ରେ ସପ୍ତମରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି ।

ରାଜସ୍ଥାନ ବ୍ୟାଟିଂ ଆରମ୍ଭ କରିବା ପରେ ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍ ମାତ୍ର ୪ ରନ୍‌ରେ ପ୍ୟାଭିଲିଅନ୍ ଫେରିଥିଲେ । ଏଥିସହ ଜୈସ୍ୱାଲ୍ ତାଙ୍କର ଦୁର୍ବଳ ପ୍ରଦର୍ଶନ ଧାରା ଜାରି ରଖିଥିଲେ । କିନ୍ତୁ ଅନ୍ୟତମ ଓପନର ଜୋସ୍ ବଟଲର୍ ସାଥୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକଲ୍‌ଙ୍କ ସହ ୭୦ ରନ୍‌ର ଭାଗୀଦାରୀ କରିବା ଫଳରେ ବାଙ୍ଗାଲୋର୍ ବୋଲରମାନେ ନିରାଶ ହୋଇଥିଲେ । ବଟଲର୍ ଓ ପାଡିକଲ୍‌ଙ୍କ ମଧ୍ୟରେ ୮.୧ ଓଭର୍‌ରେ ଏହି ଭାଗୀଦାରୀ ହୋଇଥିଲା । ବାଙ୍ଗାଲୋର୍ ଟିମ୍‌ ବ୍ୟାଟିଂରେ ଦୁଇ ଓପନରଙ୍କ ମାଧ୍ୟମରେ ଜବରଦସ୍ତ ପ୍ରାରମ୍ଭ କରିଥିଲା । ଦୁଇ ଓପନର ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଓ ଅନୁଜ ରାୱତ୍ ୬.୫ ଓଭର୍‌ରେ ୫୫ ରନ୍‌ରେ ପହଞ୍ଚାଇଥିଲେ । ପରବର୍ତ୍ତୀ ଓଭର୍‌ରେ ଚହଲ୍ ଡେଭିଡ୍ ୱିଲିଙ୍କୁ ଆଉଟ୍ କରିବାରେ ମଧ୍ୟ ସକ୍ଷମ ହୋଇଥିଲେ । ରାୱତ୍‌ଙ୍କୁ ନବଦୀପ ସୈନୀ ୱିକେଟ୍‌କିପର୍ ସାମ୍‌ସନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିବା ବେଳେ ବିରାଟ କୋହଲି ଦୁର୍ଭାଗ୍ୟଜନକ ସ୍ଥିତିରେ ରନ୍ ଆଉଟ୍ ହୋଇଥିଲେ । ଫଳସ୍ୱରୂପ ବାଙ୍ଗାଲୋର୍ ମାତ୍ର ୭ ରନ୍ ବ୍ୟବଧାନରେ ୪ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା । ପରେ ଶାହବାଜ୍ ଅହମ୍ମଦଙ୍କ ସହ ୨୫ ରନ୍ ଯୋଡ଼ିଥିବା ଶର୍ଫେନ୍ ରଦରଫୋର୍ଡ ୫ ରନ୍ କରି ଆଉଟ୍ ହୋଇଥିଲେ ।

Leave A Reply

Your email address will not be published.