ପିତୃତ୍ୱ ଛୁଟି ଦେଲା ଏୟାରଲାଇନ୍ସ!

ନୂଆଦିଲ୍ଲୀ : ମହିଳାଙ୍କ ଭଳି ଏୟାରଲାଇନ୍ସରେ କାର୍ଯ୍ୟରତ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ପିତୃତ୍ୱ ଛୁଟି ମିଳିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହାଦ୍ୱାରା ପୁରୁଷମାନେ ମଧ୍ୟ ନବଜାତକର ଲାଲନ ପାଳନରେ ପତ୍ନୀଙ୍କୁ ସହାୟତା କରିପାରିବେ ।

ସୂଚନାଯୋଗ୍ୟ କେନ୍ଦ୍ର ସରକାର ୨୦୧୭ରେ ମାତୃତ୍ୱକାଳୀନ ଛୁଟି ଆଇନ୍ ପ୍ରଣୟନ କରିଥିବାବେଳେ କର୍ମଜୀବୀ ପ୍ରସୂତିଙ୍କୁ ୧୨ରୁ ୨୬ ସପ୍ତାହ ପର୍ଯ୍ୟନ୍ତ ସବେତନ ଛୁଟି ମିଳିପାରୁଛି । ଏହାବ୍ୟତୀତ ଏୟାରଲାଇନ୍ସରେ ମହିଳା ପାଇଲଟ୍‌ଙ୍କ ସଂଖ୍ୟା ୧୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯିବା ଉଚିତ ବୋଲି ମଧ୍ୟ ସିନ୍ଧିଆ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.