୨ୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ସୁରକ୍ଷା ଉପରେ ପୋଲିସର ଗୁରୁତ୍ୱ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ମତଦାତାଙ୍କୁ ମତଦେୟ କେନ୍ଦ୍ରରେ କରୋନା ଗାଇଡଲାଇନ୍ ପାଳନ କରିବା ସହିତ ମତଦାନ କରିବାକୁ ପଡୁଛି । ଏହି ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୨୦ ହଜାର ୪୩୫ଟି ବୁଥରେ ଭୋଟ ଗ୍ରହଣ କରାଯାଉଛି ।

ପ୍ରଥମ ପର୍ଯ୍ୟାୟର ଭୋଟିଂ ସମୟରେ ହିଂସା, ଆତଙ୍କରାଜ ଦେଖିବାକୁ ମିଳିଥିଲା । ତେଣୁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ପାଇଁ ପୋଲିସ ଅଧିକ ସତର୍କ ରହିଛି । ମୋଟ ୨୪୦ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୧୭୫୩ଟି ମୋଟାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୭.୨ ପ୍ରତିଶତ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ରେକର୍ଡ ୮୪.୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବନିମ୍ନ ୬୪.୯୬ପ୍ରତିଶତ ମତଦାନ ହୋଇଛି ।  

Leave A Reply

Your email address will not be published.