ମାଓ ପୋଷ୍ଟର: ନିର୍ବାଚନ ବର୍ଜନ କରିବାକୁ ଆହ୍ବାନ

ରାମପୁର: ଲାଲବାହିନୀ ଆଜି ମଦନପୁର ରାମପୁରରୁ ମୋହନଗିରି ମୁଖ୍ୟ ରାସ୍ତାର ଡମକାର୍ଲାଖୁଣ୍ଟା ମଣିକେରାର ଅରସକୂପା ଗ୍ରାମ ଛକରେ ବିଭିନ୍ନ ବ୍ୟାନର, ହାତଲେଖା ପୋଷ୍ଟର ଓ ପ୍ରିଣ୍ଟ ପୋଷ୍ଟର ଆଦି ଲଗାଇଛନ୍ତି। ଏଥିରେ ନିର୍ବାଚନ ବର୍ଜନ କରନ୍ତୁ ଗୋଲାମିରୁ ମୁକ୍ତି ପାଆନ୍ତୁ ବୋଲି ଲେଖାଯାଇଛି। ଗଣତାନ୍ତ୍ରିକ ପଦ୍ଧତିରେ ଲଢୁଥିବା ଓ କହୁଥିବା ବ୍ୟକ୍ତି ଉପରେ ହିଂସାବନ୍ଦ କରାଯାଉ ଏବଂ ଆଦିବାସୀ ଅଞ୍ଚଳରୁ ସିଆରପିଏଫ୍ ଶିବିରକୁ ତୁରନ୍ତ ଉଠାଯାଉ। ଫରେଷ୍ଟର ବଳପୂର୍ବକ ଦାଖଲ କରିଥିବା ଜମିକୁ ଆଦିବାସୀ ଓ ଦଳିତଙ୍କୁ ଫେରାଇ ଦିଆଯାଉ ଓ ଆଦିବାସୀ ଦଳିତ ପରିବାରକୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଉ। ଗଞ୍ଜେଇ ଆଳରେ ପୁଲିସର ହିଂସାଲୀଳା ବନ୍ଦ କରାଯାଉ। ଏଥିରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେଇ ତୁରନ୍ତ ଖଲାସ କରୁ। ଲୋକଙ୍କୁ ମାଗଣା ଶିକ୍ଷା, ସ୍ବାସ୍ଥ୍ୟ ଓ ଆବଶ୍ୟକୀୟ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉ। ସରକାରୀ ନିଯୁକ୍ତି ବୟସ ସୀମା କ୍ୟାବିନେଟର ନିଷ୍ପତ୍ତିକୁ ରଦ୍ଦ କରାଯାଉ ଆଦି ଲେଖି ନିଜର ସକ୍ରିୟ ଉପସ୍ଥିତିକୁ ଜାହିର କରିଛନ୍ତି ମାଓବାଦୀ।

Leave A Reply

Your email address will not be published.