୬୯ଟି ଶିଶୁ ଜନ୍ମ ଦେଇଥିବା ମହିଳା ! ୪ଥର ୪ଟି ଲେଖାଏଁ ଏବଂ ୯ଥର ତିନୋଟି ଲେଖାଏଁ

ପିଲାଟିଏ ପାଇବା ପାଇଁ ଗୋଟିଏ ମହିଳା କେତେ କଷ୍ଟ କରିଥାଏ । କେତେବେଳେ କେତେ ବ୍ରତ ଓଷା କରି ପିଲାଟି ପାଇଥାଏ ତ କେତେବେଳେ ଜୀବନ ବିତିଯାଏ  କିନ୍ତୁ ଛୁଆଟିଏ ପାଇପାରେ ନାହିଁ । କିନ୍ତୁ କିଛି ଏମିତି ମାଆ ଅଛନ୍ତି ଯେଉଁମନେ ତାଙ୍କ ଜୀବନ କାଳରେ ନିଜେ ଗର୍ଭ ଧାରଣ କରି ୬୯ଟି ସନ୍ତାନର ମାଆ ହୋଇପାରିଛନ୍ତି । ଆଉ ଏହି ସନ୍ତାନ ପ୍ରାପ୍ତିକୁ ନେଇ ମୋରକୋର ଜଣେ ମହିଳାଙ୍କୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା । କାରଣ ଏହି ମହିଳା ଏକାସାଙ୍ଗରେ ୯ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସୂଚନା ଅନୁସାରେ, ଏହା ପୂର୍ବରୁ କୌଣସି ବି ମହିଳା ଏକାସାଙ୍ଗରେ ୯ଟି ସନ୍ତାନଙ୍କୁ ଜନ୍ମ ଦେଇନାହାଁନ୍ତି। ଯଦିଓ ଏହା ପୂର୍ବରୁ ଜଣେ ମହିଳା ବିଶ୍ୱ ରେକର୍ଡ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ।

ଋଷର ଜଣେ ମହିଳାଙ୍କର ବିଶେଷ ରେକର୍ଡ ଅଛି । ୧୭ତମ ଶତାବ୍ଦୀରେ ରହୁଥିବା ଶ୍ରୀମତୀ ବୈଲେଣ୍ଟିନା ବାସିଏବଙ୍କ ବିଷୟରେ କୁହାଯାଇଛି ତାଙ୍କ ଜୀବନରେ ସେ ୨୭ଥର ଗର୍ଭବତୀ ହୋଇଥିଲେ ଏବଂ ୬୯ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହି ମହିଳାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।
ଏହି ମହିଳା ୧୭୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ଋଷର ତୃତୀୟ ବୃହତ୍ତମ ସହର ଶୁୟାରେ ସେ ରହୁଥିଲେ। ସେ ଋଷର ଜଣେ କୃଷକ ଫିୟୋଡୋର ବାସିଲୟେବଙ୍କୁ ବିବାହ କରିଥିଲେ। ସୂଚନା ଅନୁଯାୟୀ, ସେ ତାଙ୍କ ଜୀବନରେ ୧୬ଥର ଯାଆଁଳା ଶିଶୁ, ୭ଥର ୩ଟି ଲେଖାଏଁ ଶିଶୁ ଏବଂ ୪ ଥର ୪ଟି ଲେଖାଏଁ ସନ୍ତାନକୁ ଜନ୍ମ ଦେଇଥିଲେ। ବାସିଲୟେବଙ୍କ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ ବିଷୟରେ ପ୍ରଥମେ ୧୭୮୨ ମସିହାରେ ଜଣାପଡ଼ିଥିଲା । ଏହାର ଗୋଟିଏ ବର୍ଷ ପରେ, ୧୭୮୩ ମସିହାରେ, ଏହି ଘଟଣା ଖବର କାଗଜରେ ପ୍ରକାଶିତ ହୋଇଥିଲା ।

୧୭ ଶତାବ୍ଦୀରେ ଆଧୁନିକ ବିଜ୍ଞାନର ଅଭାବ ସତ୍ତ୍ୱେ ଏହି ମହିଳା କିପରି ଏତେ ଥର ଗର୍ଭବତୀ ହୋଇ ସଫଳତାର ସହ ପ୍ରସବ କରିବାରେ ସକ୍ଷମ ହୋଇଥିଲେ? ସେନେଇ ଅନେକ ସମୟରେ ପ୍ରଶ୍ନ ଉଠେ । କିନ୍ତୁ ଗିନିଜ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ଏହି ରେକର୍ଡକୁ ନେଇ କହିଛି ଯେ, ଏମିତି ବି ସମ୍ଭାବନା ଅଛି ଯେ ଏହି ମହିଳା ଗୋଟିଏ ଥରରେ ହାଇପର ଓବ୍ୟୁଲେଟ୍ ହୋଇଥାଇ ପାରନ୍ତି କିମ୍ବା ଏହି ମହିଳାଙ୍କର ଏକାଧିକ ଅଣ୍ଡା ଛାଡିବାର ପ୍ରବୃତ୍ତି ଥାଇପାରେ। ଯାହା ଦ୍ୱାରା, ଏହି ମହିଳାଙ୍କ ପାଖରେ ଯାଆଁଳା ବା ଅଧିକ ସନ୍ତାନ ଜନ୍ମ ହେବାର ସମ୍ଭାବନାକୁ ବହୁଗୁଣିତ କରିଥାଏ । ଏହା ମଧ୍ୟ ଦାବି କରାଯାଇଥିଲା ଯେ ଜଣେ ମହିଳା ୨୭ ଥର ଗର୍ଭବତୀ ହେବା ଅସମ୍ଭବ ନୁହେଁ।

ଏହି ମହିଳାଙ୍କ ସ୍ୱାମୀ ଫିୟୋଡୋର ମଧ୍ୟ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ। ଖବର ଅନୁଯାୟୀ, ଫିୟୋଡୋରଙ୍କ ଦ୍ୱିତୀୟ ପତ୍ନୀ ୮ ଥର ଗର୍ଭବତୀ ହୋଇଥିଲେ ଏବଂ ୧୮ ଟି ସନ୍ତାନ ଜନ୍ମ ଦେଇଥିଲେ। ଏହି ମହିଳା ୬ ଥର ଯାଆଁଳା ଏବଂ ଦୁଇଥର ୩ଟି ଲେଖାଏଁ ଶିଶୁ ଜନ୍ମ ଦେଇଥିଲେ। ଫିୟୋଡୋରଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ୬୯ ସନ୍ତାନ ଏବଂ ଦ୍ୱିତୀୟ ପତ୍ନୀଙ୍କ ଠାରୁ ୧୮ ସନ୍ତାନ ଥିଲେ। ମୋଟ ଏହି ବ୍ୟକ୍ତି ଜଣଙ୍କ ୮୭ ସନ୍ତାନର ବାପା ଥିଲେ । ସେଥିମଧ୍ୟରୁ ଦୁଇଟି ସନ୍ତାନ ଜନ୍ମ ହେବା ସମୟରେ ହିଁ ମୃତ୍ୟୁ ବରଣ କରିଥିଲେ । ଯଦିଓ ଏହି ବ୍ୟକ୍ତିଙ୍କ ୮୫ଟି ପିଲା ସୁସ୍ଥ ଜୀବନ ବିତାଇଥିଲେ। ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କର ବିଷୟରେ କୌଣସି ସଠିକ୍ ସୂଚନା ନାହିଁ କିମ୍ବା ଏପର୍ଯ୍ୟନ୍ତ ତାଙ୍କର କୌଣସି ଚିତ୍ର ସାମ୍ନାକୁ ଆସିନାହିଁ । ଖବର ଅନୁଯାୟୀ, ୧୭୦୭ ମସିହାରେ ଜନ୍ମ ହୋଇଥିବା ଏହି ମହିଳାଙ୍କର ୭୬ବର୍ଷ ବୟସରେ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.