ମିଛ ଲୁଚାଇବାକୁ ମିଛ କହି ଚାଲିଛନ୍ତି ଡିମ୍ପଲ: ଅଡିଓ ଛାଡ଼ି କହିଲେ ସୁମିତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଡିମ୍ପଲ ଓ ସୁମିତ ବିବାଦ ଥମିବରୀ ନାଁ ଧରୁନି । ପ୍ରତ୍ୟେକ ଦିନ କିଛି ନା କିଛି ରୋମାଞ୍ଚକର କଥା ସାମାନକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଡିମ୍ପଲ ଓ ସୁମିତ ବିବାଦ ରେ ଆଉ ଏକ ନୂଆ ଟୁଇଷ୍ଟ ସାମନାକୁ ଆସିଛି । ଯାହାକୁ ନେଇ ଗତକାଲି ପୂରାଦିନ ଏହି ବିବାଦୀୟ ମାମଲା ଚର୍ଚ୍ଚାରେ ଥିଲା । ସୁମିତ ଏକ ଅଡିଓ ରିଲିଜ କରିଛନ୍ତି । ଯେଉଁଥିରେ ସେ ମୁହଁ ଖୋଲିବା ସହ ତାଙ୍କ ମାନସିକ ସ୍ଥିତି ଭଲ ନଥିବ କହିବା ସହ ଡିମ୍ପଲଙ୍କ ଶିକ୍ଷାଗତ ଯୋଗ୍ୟତା ଓ ମିଛ କହୁଥିବାକୁ ନେଇ ବହୁତ କିଛି କହିଛନ୍ତି ।

ଏଥିରେ ସୁମିତ କହିଛନ୍ତି, ତପସ୍ୱନୀଙ୍କ ଯୋଗୁଁ ମୋତେ ବହୁତ କଷ୍ଟ ହେଲାଣି । ମୋ ମାନସିକ ସ୍ଥିତି ଭଲ ନାହିଁ । ଏତେ ଘଟଣା ପରେ ମୁଁ ଭିଡିଓ ବନାଇବାକୁ ବାଧ୍ୟ ହେଲି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ୮ ଲକ୍ଷ ଟଙ୍କା ମାଗୁଛନ୍ତି ଡିମ୍ପଲ । ସେ ଭିଡିଓରେ ନିଜେ ଥିବା ସେ ମାନୁଛନ୍ତି । ଏମିତି ଆହୁରି ଅନେକ ଭିଡିଓ ଅଛି । କୋର୍ଟରେ କେସ୍‌ ଥିବାରୁ ଆଉ ଭିଡିଓ ପ୍ରୁଫ୍‌ ଦେଇହେବନି ।

ସେ ଆହୁରି କହିଛନ୍ତି, ତପସ୍ୱିନୀ ଆଗରୁ ମିଛ କହୁଥିଲେ, ଏବେ ବି କହୁଛନ୍ତି । ତାଙ୍କ ପରିବାର ପାଖରୁ ଟଙ୍କାଟେ ନେଇନୁ କି ମାଗିନୁ । ଗୋଟେ ମିଛ ଲୁଚାଇବାକୁ ସେ ମିଛ କହି ଚାଲିଛନ୍ତି । ଭିଡିଓରେ ଆପଣମାନେ ଦେଖନ୍ତୁ ତାଙ୍କ ଆଚରଣ ଓ ଉଚ୍ଚାରଣ । ପଇସା ମାଗିବାର ଆଚରଣ ଆଗରୁ ଥିଲା ଏବେ ବି ଅଛି । ମୋ ପାଖରେ ପ୍ରମାଣ ଅଛ ।

ମୋତେ ବଦନାମ୍‌ ଓ ପବ୍ଲିସିଟି ନେବାକୁ ଏମିତି କରୁଛନ୍ତି । ସେ ନିଜେ କହୁଛନ୍ତି ପରିବାରକୁ ବରବାଦ୍‌ କରିଦେବେ ଏବେ କରୁଛନ୍ତି ମଧ୍ୟ । ନିଜକୁ ଶିକ୍ଷିତ କହୁଛନ୍ତି, ତାଙ୍କ ମେଡିକାଲ ଏଣ୍ଟ୍ରାନ୍ସର ସ୍କ?ାର କାର୍ଡ ଦେଖନ୍ତୁ । ନିଜେ ବିଚାର କରନ୍ତୁ ସେ ଠିକ୍‌ କହୁଛନ୍ତି ନା ଭୁଲ୍‌ କହୁଛନ୍ତି ।

ଏହାସହ ଅଡିଓ ମାଧ୍ୟରେ ସେ ଡିମ୍ପଲଙ୍କୁ ପ୍ରଶ୍ନ କରିଛନ୍ତି ଆଉ କେତେ ମିଛ କହିବେ ମ୍ୟାଡାମ୍‌ ? କେତେ ହାରାସ୍‌ କରିବେ ? ତପସ୍ୱିନୀ ଯାହା କରୁଛନ୍ତି ତାହା ସମାଜକୁ ଖରାପ ମେସେଜ୍‌ ଦେଉଛି । କୋର୍ଟ ଓ ଆଇନର ବିରୋଧରେ କାମ କରୁଛନ୍ତି ତପସ୍ୱିନୀ ।

Leave A Reply

Your email address will not be published.