ଭୁବନେଶ୍ୱର,(ଏସ୍.ନ୍ୟୁଜ): ଜୱାଦ ବର୍ଷା ଜନିତ ଫସଲ କ୍ଷତି ସହାୟତା ରାଶି ଅଧିକ ଦେବା ପାଇଁ କେନ୍ଦ୍ରକୁ ଯେଉଁ ପ୍ରସ୍ତାବ ରାଜ୍ୟ ସରକାର ଦେଇଛନ୍ତି ତାହାକୁ କେନ୍ଦ୍ରରୁ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ ସମର୍ଥନ କରିଛି । ସୂଚନାଯୋଗ୍ୟ କି, ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ପାଇଁ ପ୍ରଚଳିତ ବ୍ୟବସ୍ଥାରେ ସରକାରୀ ସହାୟତା ଯଥେଷ୍ଟ ହେଉନାହିଁ । ଏଥିପାଇଁ ଏସ୍ଡିଆର୍ଏଫ୍ ନିୟମ ରିଲିଫ୍ କୋଡ୍ ସଂଶୋଧନ ଲାଗି କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଚିଠି ମଧ୍ୟ ଲେଖିଛନ୍ତି ।

ଏସ୍ଡିଆର୍ଏଫ୍ ନିୟମ ସଂଶୋଧନ ପାଇଁ କେନ୍ଦ୍ରୀୟ ଟିମ୍ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ । ଯାହା ଓଡ଼ିଶା ସରକାର ବହୁ ପୂର୍ବରୁ କହୁଥିଲେ ଏବେ କେନ୍ଦ୍ରୀୟ ଟିମ୍ ତାହା ଦୋହରାଇଛି । ପ୍ରାକୃତିକ ଦୁର୍ବିପାକରେ ଫସଲ ନଷ୍ଟ ହେଲେ ଏବେ ଇନ୍ପୁଟ ସହାୟତା ବାବଦରେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଓ ଅଣଜଳସେଚିତ ଜମି ପାଇଁ ୬ ହଜାର ୮୦୦ ଟଙ୍କା ମିଳୁଛି । ଏବେ କେନ୍ଦ୍ରୀୟ ଟିମ୍? କଣ ସୁପାରିସ କରୁଛି ତାକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଦୁର୍ବିପାକର ମୁକାବିଲା ପାଇଁ ଭିତ୍ତିଭୂମି ସୁଦୃଢ କରିବାକୁ ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ ବି କେନ୍ଦ୍ର କୌଣସି ପଦକ୍ଷେପ ନେଇନଥିବା ବିଶେଷଜ୍ଞ କହିଛନ୍ତି ।